ନୂଆଦିଲ୍ଲୀ: କମିପାରେ ପେଟ୍ରୋଲ ଓ ଡିଜେଲ ଦର। ଅପେକ୍ଷା ରହିଛି ଫେବୃଆରୀ ମାସର ମୁଦ୍ରାସ୍ପୀତି ରିପୋର୍ଟକୁ। ଏହାପରେ କେନ୍ଦ୍ର ସରକାର ଦର କମାଇବା ନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି। ମହଙ୍ଗା ମାଡ଼ ପାଇଁ ଅନେକ ଦରଦାମ ବୃଦ୍ଧି ପାଇଛି। ଅନ୍ୟପଟେ ଅଶୋଧିତ ତେଲର ଦାମ ମଧ୍ୟ କମିଥିବାରୁ କେନ୍ଦ୍ର ସରକାର ତେଲ ଦର କମାଇ ଦରଦାମ କମାଇବାକୁ ଯୋଜନା କରୁଛନ୍ତି ବୋଲି ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ପକ୍ଷରୁ ଏଭଳି ଏକ ସୂଚନା ମିଳିଛି।
ରଏଟର୍ସ ରିପୋର୍ଟ ଅନୁଯାୟୀ, ଫେବୃଆରୀ ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ ପାଇବା ପରେ ତେଲ ଦର କମାଇବା ନିଷ୍ପତ୍ତି ନିଆଯାଇପାରେ। ଭାରତର ବାର୍ଷିକ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୭୨ ପ୍ରତିଶତରୁ ୬.୫୨ ପ୍ରତିଶତକୁ ବୃଦ୍ଧି ପାଇଛି। ତେଣୁ ସରକାର ଇନ୍ଧନ ଉପରେ ଟିକସ କମାଇବେ ଏବଂ ଏହା ସହିତ ଆମଦାନୀ ଶୁଳ୍କ ମଧ୍ୟ ହ୍ରାସ କରିପାରିବେ।
ଏବେ ଅଶୋଧିତ ତୈଳ ଦରରେ ହ୍ରାସ ଘଟିଛି। ଏଥି ସହିତ ଇନ୍ଧନ କମ୍ପାନୀଗୁଡିକ ସ୍ୱଳ୍ପ ଆମଦାନୀ ମୂଲ୍ୟ ଗ୍ରାହକ ଏବଂ ସେହି କମ୍ପାନୀଗୁଡିକୁ ଦେଇ ନାହାଁନ୍ତି। ଯାହା ଅତୀତର କ୍ଷତି ପୂରଣ କରିବାକୁ ଚେଷ୍ଟା କରୁଛି ବୋଲି ତେଲ କମ୍ପାନୀ ପକ୍ଷରୁ କୁହାଯାଇଛି। ଏଭଳି ପରିସ୍ଥିତିରେ ସରକାର ଟିକସ ହ୍ରାସ କରିବା ମାତ୍ରେ ପେଟ୍ରୋଲ ପମ୍ପ ସିଧାସଳଖ ଲାଭ ପାଇବ ଏବଂ ଖୁଚୁରା ଗ୍ରାହକମାନେ ଶସ୍ତା ମୂଲ୍ୟରେ ପେଟ୍ରୋଲ-ଡିଜେଲ ପାଇପାରିବେ। ଏହାସହିତ ଦର ବୃଦ୍ଧି ଝିଞ୍ଚଟରୁ ଦେଶବାସୀ ଟିକେଟ ଆଶ୍ୱସ୍ତ ହେବାର ସମ୍ଭାବନା ରହିଛି।
ଜାନୁଆରୀରେ ବାର୍ଷିକ ଖୁଚୁରା ମୁଦ୍ରାସ୍ଫୀତି ହାର ୬ ପ୍ରତିଶତରୁ ଅଧିକ ହୋଇଛି, ଯାହା ଡିସେମ୍ବରରେ ୫.୯ ପ୍ରତିଶତ ଥିଲା। ନିକଟରେ ଆରବିଆଇ ଦ୍ୱାରା ରେପୋ ରେଟ୍ ମଧ୍ୟ ବୃଦ୍ଧି କରାଯାଇଛି।
Comments are closed.