Latest Odisha News

ବଢୁଛି ଆତଙ୍କୀକ ଆତଙ୍କ, ଓଡିଶାରୁ ଜମ୍ମୁ ଯିବେ ବିଏସ୍ଏଫ୍ ଯବାନ

ଭୁବନେଶ୍ବର: ଦିନକୁ ଦିନ ଆତଙ୍କବାଦୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ସୀମା ସରହଦରେ ସେନାଙ୍କ ଉପରକୁ ଆକ୍ରମଣ ବଢିବାରେ ଲାଗିଛି । ତା ଉପରେ ପୁଣି ବର୍ଷା ଦିନ ହୋଇଥିବାରୁ ଦେଶରେ ଲଗାଣ ବର୍ଷା କାରଣରୁ ସୀମା ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଗୁଡିକରେ ଆତଙ୍କୀଙ୍କୁ ଚିହ୍ନଟ କରିବା ସେନାଙ୍କ ପକ୍ଷେ ମୁସ୍କିଲ ହେଉଛି । ଯାହାର ଫାଇଦା ଉଠାଇ ବାରମ୍ବାର ଭାରତ ସୈନ୍ୟଙ୍କ ଉପରକୁ ଆକ୍ରମଣ କରୁଛନ୍ତି ପାକିସ୍ତାନି ବାଟ(BAT) ସଂସ୍ଥା । ତେବେ ଏଥିରେ ଆମ ସେନା ବି ପଛରେ ପଡିନାହାନ୍ତି । ଆତଙ୍କୀଙ୍କୁ ବରାବର କଡା ଜବାବ ଦେଇଆସୁଛନ୍ତି ସେନା ।

ତେବେ ଏବେ ଜମ୍ମୁରେ ଆତଙ୍କୀଙ୍କ ଉପଦ୍ରବ ବଢିଥିବାରୁ ସେମାନଙ୍କୁ ଜଗିବାକୁ ଓଡିଶାରୁ ବିଏସଏଫ ଯବାପ ଯିବେ ଜମ୍ମୁ-କାଶ୍ମୀର । ସେପଟେ ମାଓ ପ୍ରବଣ ଅଞ୍ଚଳ କୋରାପୁଟ ଓ ମାଲକାନଗିରିରୁ କମୁଛି ମାଓ ଉପଦ୍ରବ । ତେଣୁ ସେଠାକାର ପ୍ରାୟ ୨ ହଜାର ବିଏସ୍ଏଫ୍ ଯବାନ୍ ଜମ୍ମୁ ଯିବେ । ଜମ୍ମୁରେ ଆତଙ୍କବାଦୀଙ୍କ ଗତିବିଧି ବଢୁଥିବାରୁ , ଆତଙ୍କୀଙ୍କ ଉପରେ ନଜର ରଖିବେ ବିଏସଏଫ ଯବାନ ।

ତେବେ କହିରଖୁଛୁ, ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ଆତଙ୍କୀକ ଉପଦ୍ରବ ଟିକିଏ କମିଥିଲା ବେଳେ ଏବେ ପୁଣି ତେଜିଛି ଆତଙ୍କୀ ହମଲା । ଶନିବାର ସକାଳେ ପୁଣି ଆତଙ୍କବାଦୀ ଓ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି । ଜମ୍ମୁ କାଶ୍ମୀର କୁପଓ୍ବାଡା ଜିଲ୍ଲାରେ ମାଛିଲ ସେକ୍ଟର ନିକଟରେ ଯବାନଙ୍କ ଉପରକୁ ହମଲା କରିଥିଲେ ପାକିସ୍ତାନ ବୋର୍ଡର ଆକ୍ସନ ଟିମ ବା ବାଟ୍ ର ଆତଙ୍କବାଦୀ । ଯାହାର କଡା ଜବାବ ଦେଇଛନ୍ତ ଭାରତୀୟ ସେନା । ଯେଉଁଥିରେ  ଜଣେ ଆତଙ୍କବାଦୀ ନିହତ ହୋଇ ଥିବାବେଳେ ଭାରତୀୟ ସେନାର ୫ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଯବାନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଯବାନ ଶହୀଦ ହୋଇଛନ୍ତି ।

Comments are closed.