ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ରାଜଘାଟ ପରିସରରେ ଜମି ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଗତ ଡିସେମ୍ବରରେ ଦେହାନ୍ତ ହୋଇଥିଲା। ଯାହା ପରେ ସରକାର ଏକ ସ୍ମାରକୀ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ଲଟ୍ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ ପାଖରେ ରହିଛି।
ପରିବାର ଦ୍ୱାରା ଗଠନ ହେବାକୁ ଥିବା ଟ୍ରଷ୍ଟ ଅପେକ୍ଷାରେ ରହିଛନ୍ତି ସରକାର। ଟ୍ରଷ୍ଟ ଗଠନ ହେବା ପରେ ଜମି ବଣ୍ଟନ କରାଯିବ। ଏଥିପାଇଁ ସରକାର ଟ୍ରଷ୍ଟକୁ ୨୫ ଲକ୍ଷ ଟଙ୍କା ଦେବେ ବୋଲି ଜଣାପଡିଛି।
ମନମୋହନ ସିଂହଙ୍କୁ ଦେଶର ଆର୍ଥିକ ଉଦାରୀକରଣର ଜନକ ବୋଲି କୁହାଯାଏ। ୧୯୯୧ ମସିହାରେ ସେ ଅର୍ଥମନ୍ତ୍ରୀ ଥିଲେ।ସେ ସମୟରେ ଭାରତରେ ଅଭୂତପୂର୍ବ ସଂସ୍କାର ଆସିଥିଲା। ମନମୋହନ ସିଂହ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ।
Comments are closed.