Latest Odisha News

BREAKING NEWS

ବିଧାୟକ ପାଣ୍ଠିରୁ କାମ ପାଇଁ କମିଶନ ମାଗୁଛନ୍ତି ସରକାରୀ ଅଧିକାରୀ: ମହମ୍ମଦ ମୋକିମ୍

ଭୁବନେଶ୍ୱର: କମିଶନ ମାଗୁଛନ୍ତି ସରକାରୀ ଅଧିକାରୀ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଅଭିଯୋଗ ଆଣି କହିଛନ୍ତି, ବିଧାୟକ ପାଣ୍ଠିରୁ କାମ କରାଗଲେ ବି କିଛି ସରକାରୀ ଅଧିକାରୀ କମିଶନ ବା ଲାଞ୍ଚ ମାଗୁଛନ୍ତି ।

ଶନିବାର ଗଣମାଧ୍ୟମରେ ବାରବାଟୀ-କଟକ ବିଧାୟକ ମୋକିମ୍ କହିଛନ୍ତି, ସରକାରୀ କାର୍ଯ୍ୟାଳୟର ତୃଣମୂଳ ସ୍ତରରୁ ଦୁର୍ନୀତି ହେଉଛି । ସ୍ଥିତି ଏମିତି ହୋଇଛି ଯେ ବିଧାୟକ ପାଣ୍ଠିରୁ କାମ ହେଲେ ବି ସରକାରୀ ଅଧିକାରୀ ବିଧାୟକଙ୍କ ଠାରୁ ଲାଞ୍ଚ ମାଗିବାକୁ ପଛାଉ ନାହାନ୍ତି ।

ସାଧାରଣ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅପହଞ୍ଚ । ଏବେ କୌଣସି କାମ ଅଧିକାରୀଙ୍କୁ କିଛି ଟଙ୍କା ନ ଦେଲେ ହେଉନଥିବା ସେ କହିଛନ୍ତି । ମୋକିମ୍ କହିଛନ୍ତି, ପ୍ରତି ସରକାରୀ କାମ ଲାଗି ଅଧିକାରୀ ୧୦ରୁ ୧୨ ପ୍ରତିଶତ ପିସି ମାଗୁଛନ୍ତି । ଏକଥା ମଧ୍ୟ ମୋକିମ୍ ବିଧାନସଭାରେ ଉଠାଇଥିବା କହିଛନ୍ତି ।

ସ୍ଥିତି ଏଭଳି ହୋଇଛି ଯେ ଟଙ୍କା ନ ଦେଲେ ବିଧାୟକ ପାଣ୍ଠିରେ କାମ ହେଉ ନାହିଁ । ଓଡ଼ିଶାରେ ଲାଞ୍ଚକୁ ଆଇନତଃ ଏକପ୍ରକାର ଗ୍ରହଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.