Latest Odisha News

BREAKING NEWS

ଗ୍ରେଟର୍‌ ଭୁବନେଶ୍ବର ପାଇଁ ନକ୍ସା ପ୍ରସ୍ତୁତ: ଆଉ ରହିବନି ଟ୍ରାଫିକ୍ ସମସ୍ୟା

ଭୁବନେଶ୍ୱର: ରାଜଧାନୀର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ସହରରେ ଏକାଧିକ ସଡ଼କ, ଫ୍ଲାଏଓଭର, ରେଳ ଓଭରବ୍ରିଜ୍‌, ରିଙ୍ଗ୍‌ରୋଡ୍‌ ନିର୍ମାଣ ଯୋଜନା ହୋଇଛି। ଗ୍ରେଟର୍‌ ଭୁବନେଶ୍ବର ପାଇଁ ନକ୍ସା ପ୍ରସ୍ତୁତ ହୋଇଛି।

ଗାଡି ଚଳାଚଳ ଓ ଟ୍ରାଫିକ୍‌ ସମସ୍ୟା ଦୂର କରିବାକୁ ପୂର୍ତ୍ତ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମିଳିତ ଉଦ୍ୟମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଅଧିକାରୀମାନେ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ଉପସ୍ଥାପନା କରିଥିଲେ।

ଜୟଦେବବିହାର-ନନ୍ଦନକାନନ ନୂତନ ରାସ୍ତା, ଦୟା ୱେଷ୍ଟ କେନାଲ ଉପରେ ପଟିଆ ଷ୍ଟେସନ ଛକଠାରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ରିଙ୍ଗ୍‌ରୋଡ, ସୁନ୍ଦରପଦା-ଜଟଣୀ ରାସ୍ତାର ଉନ୍ନତୀକରଣ, ପିତାପଲ୍ଲୀ-ତ୍ରିଶୂଳିଆ ରାସ୍ତାର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମାଥମେଟିକ୍ସଠାରୁ ଏକାମ୍ରକାନନ ପର୍ଯ୍ୟନ୍ତ ନୂତନ ରାସ୍ତା, କଳ୍ପନା ଛକ-ମ୍ୟୁଜିଅମ୍‌-ରବି ଟକିଜ୍‌ ନୂତନ ଫ୍ଲାଏଓଭର, ଶିଶୁଭବନ-ମାଉସୀ ମା ଛକ ମଧ୍ୟରେ ଆଉ ଏକ ଆରଓବି, ତମାଣ୍ଡୋ-ଚନ୍ଦକା-ବାରଙ୍ଗ-ଧଉଳି ପର୍ଯ୍ୟନ୍ତ ରିଙ୍ଗ ରୋଡ୍‌ ନିର୍ମାଣ ବିଷୟରେ ପୂର୍ତ୍ତ ବିଭାଗ ପକ୍ଷରୁ ତଥ୍ୟ ରଖାଯାଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗ ଭୁବନେଶ୍ବର-କଟକ-ପୁରୀ ଅର୍ଥନୈତିକ ଜୋନ୍‌ ଗଠନ ଏବଂ ଗ୍ରେଟର୍‌ ଭୁବନେଶ୍ବର ଗଠନ ସମ୍ପର୍କିତ ବିସ୍ତୃତ ତଥ୍ୟ ରଖିଥିଲେ।

Leave A Reply

Your email address will not be published.