Latest Odisha News

BREAKING NEWS

ଲୋକ ସଭାରେ ହଟ୍ଟଗୋଳ, କାଗଜଫିଙ୍ଗା ଯୋଗୁ ନିଲମ୍ବିତ ହୋଇପାରନ୍ତି ୧୦ ଏମପି !

ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ବିରୋଧୀ ଦଳ ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହୋଇଥିଲା । ଏପରିକି କେତେକ କଂଗ୍ରେସ ଏମପି ଗୃହରେ କାଗଜ ଚିରି ଫିଙ୍ଗିଥିଲେ । ଗୃହରେ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ସରକାର ଏବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଧାରା ୩୭୪(୨) ଅନୁଯାୟୀ ଏହି ଏମପିମାନଙ୍କୁ ଆବଶ୍ୟକ ପଡିଲେ ନିଲମ୍ବିତ କରାଯାଇପାରେ ।

କଂଗ୍ରେସର ମାଣିକ ଟାଗୋ. ଡିନ କୁରିଆକେଗେସ, ହିବି ଇଡନ, ଏ.ଜ୍ୟୋମାନି, ରବନିତ ବିଟୁ, ଗୁରୁଜିତ ଔଜାଲା, ଟିଏନ ପ୍ରତାପନ, ଭି,ବୈଥଲିଙ୍ଗମ, ସପ୍ତଗିରି ଶଙ୍କର, ଏଏମ ଆରିଫ, ଦୀପକ ବୈଜଙ୍କ ମୁଣ୍ଡ ଉପରେ ଏବେ ନିଲମ୍ବନ ଖଣ୍ଡା ଝୁଲୁଛି । ପେଗାସସ ଜାସୁସୀ ଏବଂ କୃଷି ପ୍ରସଙ୍ଗ ନେଇ ଏମାନେ ସଂସଦରେ କାର୍ଯ୍ୟ କରାଇ ଦେଇ ନ ଥିଲେ ।

Leave A Reply

Your email address will not be published.