Latest Odisha News

ପେଗାସସକୁ ନେଇ ବିରୋଧୀଙ୍କ ମେଳି

ନୂଆଦିଲ୍ଲୀ : ପେଗାସସକୁ ନେଇ ବିରୋଧୀଙ୍କ ମେଳି । ଜାସୁସୀ ମାମଲାରେ କେନ୍ଦ୍ରକୁ ଘେରିବାକୁ ଏକାଠି ହେଲେ ୧୪ ବିରୋଧୀ ଦଳର ନେତା । ବିରୋଧୀ ଭିନ୍ନ ଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ଏବେ ଗୋଟିଏ ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି । ଅନ୍ୟ ଦେଶରେ ପେଗାସସକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ କେନ୍ଦ୍ର ସରକାର କାହିଁକି ଏହାର ତଦନ୍ତ ନିର୍ଦ୍ଦେଶ ଦେଉନାହାନ୍ତି । ସେ ନେଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହାର ଯାଞ୍ଚ ନିର୍ଦ୍ଦେଶ ଦେବା ଆବଶ୍ୟକ ବୋଲି କହିଛନ୍ତି ତମାମ ବିରୋଧୀ ଦଳ ନେତା ।

କୃଷି ଆଇନକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ଏବେ ପେଗାସସ୍ ପ୍ରସଙ୍ଗ ଗୃହକୁ ସରଗରମ କରିଛନ୍ତି । ବିରୋଧୀ ପେଗାସସ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରୁଥିବା ବେଳେ, ନିଜ ଜିଦରେ କିନ୍ତୁ ଅଟଳ ରହିଛି ଶାସକ ଦଳ । ଏହାକୁ ନେଇ ସଂସଦରେ ତୁମ୍ବି ତୋଫାନ କରୁଛନ୍ତି ବିରେଧୀ । ରାଜ୍ୟସଭା ବାହାରେ ଅକାଳୀ ଦଳର ସାଂସଦମାନେ କୃଷି ଆଇନକୁ ନେଇ ପ୍ରତିବାଦ କରିବା ସହ ଆଇନ୍ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ହେଲେ ଲୋକସଭାରେ ପେଗାସସ୍ ପ୍ରସଙ୍ଗରେ ଆଲୋଚନା ପାଇଁ ଅଡି ବସିଛନ୍ତି ବିରୋଧୀ । ଯେ ପର୍ଯ୍ୟନ୍ତ ସରକାର ପେଗାସସ ପ୍ରସଙ୍ଗରେ ଆଲୋଚନା କରି ନାହାନ୍ତି, ସେପର୍ଯ୍ୟନ୍ତ ବିରୋଧୀ ପଛକୁ ହଟିବେ ନାହିଁ ଚେତାଇ ଦେଇଛନ୍ତି ରାହୁଲ ଗାନ୍ଧି ।

Leave A Reply

Your email address will not be published.