Latest Odisha News

କଟକକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

କଟକ: ଆଜି କଟକରେ ପୂଜା ମଣ୍ତପ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତକହିଛନ୍ତି ଯେ, ଆଗମୀ ଦିନରେ କଟକ ସ୍ବାର୍ଟସିଟି ହେବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ପ୍ରାୟ ୪୦ଟି ପୂଜା ମଣ୍ତପ ଦର୍ଶନ କଲି । କଟକ ସହର ହେଉଛି ଭାଇଚାରାର ସହର । ଏଭଳି ପୂଜା ସାରା ବିଶ୍ୱରେ କେଉଁଠି ଅଛି ମୁଁ ଦେଖିନାହିଁ । ଏହା ମୋର ସୌଭାଗ୍ୟ ଯେ, ମୁଁ ଆଜି ମାଆଙ୍କ ଦର୍ଶନ କଲି । ଓଡ଼ିଶାକୁ କଟକ ସହ ସମୃଦ୍ଧି ଆଣନ୍ତୁ ବୋଲି ପ୍ରାର୍ଥନା କଲି । କଟକରେ ଭାଇଚାରା ରହିଆସିଛି । କଟକର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମେ ଧ୍ୟାନ ଦେବୁ ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଆଜି କଟକ ଗସ୍ତ କରି ବିଭିନ୍ନ ପୂଜା ମଣ଼୍ଡପରେ ମାଆଙ୍କୁ ଦର୍ଶନ କରି ପୁଷ୍ପାଞ୍ଜଳି ଦେବା ସହ ଆଳତି କରିଥିଲେ । ପୂଜକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହାପରେ ଲୋକଙ୍କ ସହ ସେ ଫଟୋ ମଧ୍ୟ ଉଠାଇଥିଲେ । ଖାନନଗରରେ ଦହିବରା ଆଳୁଦମ ଖାଇଲେ ।

Leave A Reply

Your email address will not be published.