Latest Odisha News

ପଟ୍ଟା ଦେଇ ଛାଡିଦେଇଛନ୍ତି ପୂର୍ବ ସରକାର, ଜମି ଦେବେ ନୂଆ ସରକାର

ଭୁବନେଶ୍ବର: ପୂର୍ବ ସରକାର ଲୋକଙ୍କୁ ଖାଲି ପଟ୍ଟା ବାଣ୍ଟି ଛାଡିଦେଇଛନ୍ତି । ହେଲେ ଆଜି ଯାଏ ସେମାନେ ଜମି ପାଇନାହାନ୍ତି । ଆଜି ଗୃହରେ କିଛି ଏମିତି ମନ୍ତବ୍ୟ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ଏନେଇ ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ଯେଉଁମାନଙ୍କୁ ପଟ୍ଟା ମିଳିଛି ତାଙ୍କୁ ଜମି ପ୍ରଦାନ କରାଯିବ  । ପୂର୍ବ ସରକାର ଭୂମିହୀନଙ୍କୁ ପଟ୍ଟା ଦେଇଛନ୍ତି ହେଲେ ଜମି ଦେଇନାହାନ୍ତି । ଲିଫଲେଟ୍ ବାଣ୍ଟିଲା ଭଳି ପଟ୍ଟା ବାଣ୍ଟି ଦେଇଛନ୍ତି । କିନ୍ତୁ ଫାଇଲ୍ ଏଯାଏଁ ଖୋଲା ହୋଇନି କି ଅନୁସନ୍ଧାନ ମଧ୍ୟ ହୋଇନି ବୋଲି କହିଛନ୍ତି ମନ୍ତ୍ରୀ । ଏଥିସହିତ ମନ୍ତ୍ରୀ କହିଛନ୍ତି, ନୂଆ ସରକାର ସର୍ଭେ କାମ ଆରମ୍ଭ କରି ଦେଇଛନ୍ତି । ଯେତେ ଲୋକଙ୍କୁ ପଟ୍ଟା ମିଳିଛି, ସମସ୍ତଙ୍କୁ ଜମି ଦିଆଯିବ ବୋଲି ଗୃଅରେ ମତ ରଖିଛନ୍ତି ମନ୍ତ୍ରୀ ।

Comments are closed.