Latest Odisha News

BREAKING NEWS

୩ ମାସ ପର୍ଯ୍ୟନ୍ତ କର୍ମଚାରୀଙ୍କ ଇପିଏଫ ଟଙ୍କା ଭରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସରକାର କରୋନାଭାଇରସ ପ୍ରଭାବର ମୁକାବିଲା କରିବା ପାଇଁ କୃଷକ ଓ ଅଭାବୀଙ୍କ ସମେତ ସଙ୍ଗଠିତ କ୍ଷେତ୍ରର କର୍ମଚାରୀଙ୍କ ଧ୍ୟାନ ମଧ୍ୟ ରଖିଛନ୍ତି । କେନ୍ଦ୍ର ସରକାର ଆସନ୍ତା ୩ମାସ ପର୍ଯ୍ୟନ୍ତ କର୍ମଚାରୀଙ୍କ ତରଫରୁ (୧୨+୧୨= ମୋଟ ୨୪) ପ୍ରତିଶତ ଇପିଏଫ ଭରିବେ ।

ଏହା ସେମାନଙ୍କ ଠାରେ ଲାଗୁ ହେବ ଯେଉଁ ସଂସ୍ଥାରେ ୧୦୦ରୁ କମ୍ କର୍ମଚାରୀ ଅଛନ୍ତି ଏବଂ ୯୦ ପ୍ରତିଶତ କର୍ମଚାରୀ ୧୫ହଜାରରୁ କମ ମାସିକ ଦରମା ପାଆନ୍ତି । ଏହାଦ୍ୱାରା ୮୦ଲକ୍ଷରୁ ଅଧିକ କର୍ମଚାରୀ ଓ ୪ ଲକ୍ଷରୁ ଅଧିକ ସଂସ୍ଥାକୁ ଫାଇଦା ମିଳିବ ।

ସରକାର କରୋନାଭାଇରସର ମହାମାରୀକୁ ଦେଖି ଇପିଏଫ ନିୟମରେ ପରିବର୍ତ୍ତନ କରିଛନ୍ତି । ଏହା ଅଧିନରେ କୌଣସି କର୍ମଚାରୀ ପିଏଫ ଆକାଉଣ୍ଟରୁ କିମ୍ବା ୩ ମାସର ଦରମାରୁ ୭୫ ପ୍ରତିଶତ ଧନରାଶି ଆଗୁଆ ନେଇପାରିବେ ।

Leave A Reply

Your email address will not be published.