Latest Odisha News

କରୋନା ମୁକାବିଲା: ରାଜ୍ୟରେ ହେବ ଦେଶର ସବୁଠୁ ବଡ କରୋନା ହସ୍ପିଟାଲ

ଭୁବନେଶ୍ୱର: କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଆଜି ରାଜ୍ୟ ସରକାର ଦେଶର ସବୁଠୁ ବଡ କରୋନା ହସ୍ପିଟାଲ ନିର୍ମାଣ କରିବାକୁ କିମ୍ସ ଓ ସମ୍ ହସ୍ପିଟାଲ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।

୧୦୦୦ ଶଯ୍ୟା ବିଶିଷ୍ଟ ଏହି ପ୍ରସ୍ତାବିତ ହସ୍ପିଟାଲରେ କିମ୍ସ ହସ୍ପିଟାଲ ୪୫୦ ଶଯ୍ୟା ଓ ସମ୍ ହସ୍ପିଟାଲ ୫୦୦ ଶଯ୍ୟା ପ୍ରସ୍ତୁତ କରିବା ପାଇଁ ଏହି ଏମଓୟୁରେ ଉଲ୍ଲେଖ ରହିଛି । ଲୋକସେବା ଭବନରେ ଆଜି ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି ।

ସରକାରୀ ଉଦ୍ୟୋଗ ଓଡିଶା ଖଣି ନିଗମ ଏବଂ ମହାନଦୀ କୋଲ ଫିଲ୍ଡସ୍ ସେମାନଙ୍କ ସିଅଏସ୍‌ଆର୍ ପାଣ୍ଠିରୁ ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେବେ ।

Leave A Reply

Your email address will not be published.