ନୂଆଦିଲ୍ଲୀ: ସୁନା ଅଳଙ୍କାର ପାଇଁ ବାଧ୍ୟତାମୂଳକ ହଲମାର୍କିଂ ପରେ ବର୍ତ୍ତମାନ ସରକାର ରୂପା ଅଳଙ୍କାରର ବାଧ୍ୟତାମୂଳକ ହଲମାର୍କିଂ ପାଇଁ ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଭାରତୀୟ ମାନକ ବ୍ୟୁରୋକୁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏନେଇ ଗୁଜରାଟ, କର୍ଣ୍ଣାଟକ କଳି କିଛି ରାଜ୍ୟର ଗ୍ରାହକ ଦାବି କରିଛନ୍ତି। ହଲମାର୍କିଂ ବାଧ୍ୟତାମୂଳକ ହେଲେ ଗ୍ରାହକମାନେ ଠକାମିରେ ପଡ଼ିବେନି। ହଲମାର୍କିଂ ପାଇଁ ୩ରୁ ୬ ମାସ ମଧ୍ୟରେ ବିଆଇଏସ୍ ପ୍ରସ୍ତୁତ ହୋଇପାରିବ। ଏଥିପାଇଁ ଅଂଶୀଦାରମାନଙ୍କ ସହ ବିଚାରବିମର୍ଶ ଚାଲିଛି ।
ତେବେ ମନ୍ତ୍ରୀ ରୂପା ଅଳଙ୍କାରରେ ହଲମାର୍କିଂ ହେବା ପ୍ରସ୍ତାବ ଦେଇଛନ୍ତି। ଏନେଇ ‘ବିଆଇଏସ୍’ ବିଚାର କରିବ। ଗ୍ରାହକମାନେ କିଣୁଥିବା ରୁପାର ଗୁଣବତ୍ତାକୁ ନିଶ୍ଚିତ କରିବା ଲାଗି ସରକାର ହଲମାର୍କିଂ ବାଧ୍ୟତାମୂଳକ କରିବା ଉପରେ ବିଚାର କରୁଛନ୍ତି । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଭାରତୀୟ ମାନକ ବ୍ୟୁରୋ ରୂପାର ହଲମାର୍କିଂ ବାଧ୍ୟତାମୂଳକ କରିବା ଦରକାର ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି।
ବିଆଇଏସର ୭୮ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କରି ସେ କହିଛନ୍ତି ରୂପାର ହଲମାର୍କିଂ ହେଉଛି ଗ୍ରାହକଙ୍କ ଦାବି । ବିଆଇଏସ୍ ତାହା ଉପରେ ବିଚାର କରି ନିଷ୍ପତ୍ତି ନେଇପାରିବ । ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଲାଗି ବର୍ତ୍ତମାନ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି । ଏଥିରେ ଛଅ ସଂଖ୍ୟା ବିଶିଷ୍ଟ କୋଡ୍ ଦିଆଯାଉଛି ଯାହା ସୁନାର ଶୁଦ୍ଧତାକୁ ସ୍ପଷ୍ଟ କରୁଛନ୍ତି । ରୂପାର ହଲମାର୍କିଂ ବାଧ୍ୟତାମୂଳକ ହେଲେ ଗ୍ରାହକମାନେ ଆଉ ନକଲି ରୂପା ଠକାମିର ଶିକାର ହେବେନାହିଁ ।