Latest Odisha News

ସରିଲା ସର୍ଭେ, ସୂର୍ଯ୍ୟ ମନ୍ଦିର ଚାରି ପାର୍ଶ୍ୱରୁ ମିଳିଲା ଏପରି କିଛି…

କୋଣାର୍କ: ବିଶ୍ବ ପ୍ରସିଦ୍ଧ ଐତିହ୍ୟ ସୂର୍ଯ୍ୟ ମନ୍ଦିର କୋଣାର୍କର ଚାରିପାଶ୍ବରେ ଣସି ପ୍ରାଚୀନ ଐତିହ ରହିଥିବା ନେଇ ଆରମ୍ଭ ହୋଇଛି ପେନିଟ୍ରେଟିଂ ରାଡାର (ଜିପିଆର୍‌) ସର୍ଭେ । ଆଜି ଦ୍ୱିତୀୟ ଦିନରେ ଆଜି କୋଣାର୍କ ମନ୍ଦିର ଗର୍ଭଗୃହ ଓ ଚାରିପଟରେ ଜିପିଆର ସର୍ଭେ କରାଯାଇଛି ।

ଏହି ସର୍ଭେରୁ ଜଣାପଡିଛି ଯେ, ସୂର୍ଯ୍ୟମନ୍ଦିର ଗର୍ଭଗୃହ ଓ ତା’ର ଚାରିପଟେ ବହୁ ପୁରାତନ ଐତିହ୍ୟ ଓ କୀର୍ତିରାଜ ଥିବା ଜଣାପଡିଥିବା ନେଇ ସୂଚନା ଦେଇଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ ଜିବି ଗଡନାୟକ ।

ଏହା ସହ ଶ୍ରୀ ଗଡନାୟକ ଆହୁରି କହିଛନ୍ତି ଯେ, ଖୁବଶୀଘ୍ର ଖନନ କରାଯଆଇ କୀର୍ତ୍ତିରାଜି ଉଦ୍ଧାର କରାଯିବ । ଉକ୍ତ ସ୍ଥାନରେ ବରିଷ୍ଠ ନାଗରିକ ଓ ଶିଶୁ ଉଦ୍ୟାନ ନିର୍ମାଣ କରାଯିବ ।

ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ଜିଓଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଏନଜିଆରଆଇ) ଦ୍ୱାରା କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ଵରେ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର (ଜିପିଆର୍‌) ସର୍ଭେ କରାଯାଇଛି ।

Leave A Reply

Your email address will not be published.