Latest Odisha News

BREAKING NEWS

ସୋଆ କୃଷିବିଜ୍ଞାନ କଲେଜର ଗ୍ରାଜୁଏସନ୍ ଡେ’ ଅନୁଷ୍ଠିତ

ଭୁବନେଶ୍ୱର: ଆମ ଦେଶରେ ଲୋକସଂଖ୍ୟାର ୬୫ ରୁ ୭୦ % କୃଷି ସହିତ ସଂଶ୍ଳିଷ୍ଟ । କୃଷି ହିଁ ଆମ ଦେଶର ମେରୁଦଣ୍ଡ । ତେଣୁ ଦେଶ ନିର୍ମାଣରେ କୃଷି ବିଜ୍ଞାନ ଛାତ୍ରଛାତ୍ରୀମାନେ ଜଡିତ ରହିବା ଆବଶ୍ୟକ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର କୁଳପତି ପ୍ରଫେସର ଅମିତ ବାନାର୍ଜୀ ।

ସୋଆ ପରିଚାଳିତ କୃଷି ବିଜ୍ଞାନ କଲେଜ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ୨୦୧୮ ବ୍ୟାଚ୍ ଛାତ୍ରଛାତ୍ରୀଙ୍କର ଗ୍ରାଜୁଏସନ୍ ଡେ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ବାନାର୍ଜୀ ଛାତ୍ରଛାତ୍ରୀଙ୍କୁ କୃଷି କ୍ଷେତ୍ରରେ ସୋଆର ପ୍ରତିନିଧି ଭାବେ ନିଜକୁ ସାରା ଦେଶରେ ପ୍ରତିପାଦିତ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ସୋଆର ୯ଟି ଅନୁଷ୍ଠାନ ନିଜର ଉକ୍ରର୍ଷ ପ୍ରତିପାଦିତ କରିପାରିଛନ୍ତି ବୋଲି ମତ ଦେଇ ସେ କୃଷି ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଦକ୍ଷତାର ପ୍ରମାଣ ଦେବାକୁ କହିଥିଲେ । ଚଳିତ ବର୍ଷ ଇଣ୍ଡିଆନ୍ କାଉନ୍ସିଲ୍ ଫର୍ ଏଗ୍ରିକଲ୍ଚରାଲ ଆଣ୍ଡ ରିସର୍ଚ୍ଚ ପକ୍ଷରୁ କୃଷି ବିଜ୍ଞାନ କଲେଜକୁ ମାନ୍ୟତା ମିଳିବା ଖୁବ୍ ଗର୍ବର ବିଷୟ ବୋଲି ପ୍ରଫେସର ବାନାର୍ଜୀ କହିଥିଲେ ।

ସୋଆ କୃଷି ବିଜ୍ଞାନ କଲେଜର ୨୦୧୮ ବ୍ୟାଚର ୧୦୩ ଜଣ ବିଏସ୍ସି (ଏଗ୍ରିକଲଚର) ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏସନ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା ।

ଏହି ଗ୍ରାଜୁଏସନ୍ ଡେ’ କାର୍ଯ୍ୟକ୍ରମରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କଲେଜର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଏବଂ ଆସୋସିଏଟ୍ ଡିନ୍ ପ୍ରଫେସର ପି.କେ. ଦାସ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.