Latest Odisha News

ନବୀକରଣ ସହ ନୂଆ ରୂପରେଖ ନେବ ରାଜଧାନୀର ପାର୍କ

ଭୁବନେଶ୍ୱର: ବଦଳିବାକୁ ଯାଉଛି ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ପାର୍କର ରୂପରେଖ । ପାର୍କ ଗୁଡିକର ଡିଜାଇନ ତଥା ବର୍ତ୍ତମାନ ଦିଆଯାଉଥିବା ସୁବିଧା ସବୁକୁ ବଦଳାଇ ଏହାକୁ ନୂତନ ତଥା ଉନ୍ନତ ମାନର କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ମାନେ ଯୋଜନା କରୁଛନ୍ତି ।

ଓଡ଼ିଶାର ରାଜଧାନୀରେ ଥିବା ସମସ୍ତ ପାର୍କ ଗୁଡିକୁ ନବୀକରଣ କରି ସୁନ୍ଦର କରିବାକୁ ମଙ୍ଗଳବାର ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏହି କାର୍ଯ୍ୟ ନଭେମ୍ବର ମଧ୍ୟରେ ସମ୍ପୂର୍ଣ୍ଣ ହେବାନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆନ୍ତର୍ଜାତିକ ସ୍ତରର ପାର୍କ ଭଳି ବିଜୁ ପଟ୍ଟନାୟକ ପାର୍କକୁ ସୌନ୍ଦର୍ଯ୍ୟ କରଣ କରାଯିବା ସହ ଏଠାରେ ସେ ସମସ୍ତ ସୁବିଧା ଉପଲବ୍ଧ କରାଯିବ ଯାହାଦ୍ୱାରା ଏହା ଦେଶର ସର୍ବୋତ୍ତମ ପାର୍କ ଭାବେ ପରିଗଣିତ ହେବ ।

ଅନ୍ୟ ସମସ୍ତ ପାର୍କ ଗୁଡିକ ମଧ୍ୟରେ ଡିଜିଟାଲ ବୋର୍ଡ, ସାଉଣ୍ଡ ସିଷ୍ଟମ, ଫୁଡ଼ କୋର୍ଟ, ରେଷ୍ଟୁରାଣ୍ଟ ଏବଂ ଲେଡିଜ କରନର ଭଳି ସମସ୍ତ ସୁବିଧା ମାନ ରହିବ । ଏହା ସହ ପ୍ରତ୍ୟେକ ପାର୍କ ପାଇଁ ଜଣେ ଯୋଗ ପ୍ରଶିକ୍ଷକ ମଧ୍ୟ ନିଯୁକ୍ତ ହେବେ ।

ଏହାଛଡା ସହରର ସମସ୍ତ ପାର୍କରେ ଚାରା ଓ ଜୈବ ଉର୍ବରକ ଉପଲବ୍ଧ ରହିବ । ପାର୍କ ଭିତର ରାସ୍ତାର ଚଉଡା ୫ ରୁ ୬ ଫୁଟ ପର୍ଯ୍ୟନ୍ତ ବଢାଇ ଦିଆଯିବ ।

Leave A Reply

Your email address will not be published.