Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଡିଅର ପୁରୁଷ ଟିମ୍, ମହାପ୍ରଭୁଙ୍କୁ କଲେ ପ୍ରଥମ ଟିକେଟ୍ ସମର୍ପଣ

ପୁରୀ: ଭିନ୍ନ ଏକ କାହାଣୀକୁ ନେଇ ଖୁବ୍ ଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଛଳଚ୍ଚିତ୍ର ଡିଅର ପୁରୁଷ । ଏହାରି ଭିତରେ ଶ୍ରୀମନ୍ଦିର ସାମ୍ନାରେ ଫିଲ୍ମଟିର ଗ୍ରାଣ୍ଡ ପ୍ରୀମିଅର ସୋ କରାଯାଇଛି । ପ୍ରଥମ ଟିକେଟ କୁ ମହାପ୍ରଭୁଙ୍କ ପାଖରେ ଅର୍ପଣ କରିଛି ପୁରା ଟିମ୍ । ଗତକାଲି ଚଳଚ୍ଚିତ୍ରର ପ୍ରଯୋଜକ ଝିଲିକ୍ ଓ ପୁରା ଟିମ୍ ଶ୍ରୀମନ୍ଦିର ଯାଇ ଫିଲ୍ମର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ପାଖରେ ପ୍ରଥମ ଟିକେଟ ସମର୍ପିତ କରିଛନ୍ତି ।

୬ ଯୋଡ଼ା ଦମ୍ପତିଙ୍କ କାହାଣୀକୁ ନେଇ ଫିଲ୍ମଟିର କାହାଣୀ ଗତିଶୀଳ ହୋଇଥିବା ବେଳେ ଫିଲ୍ମକୁ ନେଇ ବେଶ ଆଶାବାଦୀ ଅଛନ୍ତି ଝିଲିକ । ସାମାଜିକ ଚାପ ଓ ପାରିବାରିକ ଦାୟତ୍ୱ ଭିତରେ କିପରି ଜୀବନ ଆଗକୁ ବଢ଼ୁଛି, ଏହି ସିନେମାରେ ତାକୁ ଚିତ୍ରଣ କରାଯାଇଛି । ଫିଲ୍ମରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିଜ୍ଞ କଳାକାରଙ୍କ ସମେତ ଯୁବ ଅଭିନେତା ଓ ଅଭିନେତ୍ରୀ ଅଭିନୟ କରିଛନ୍ତି । ସିନେମାରେ ମହେଶ୍ୱତା ରାୟ, ସିଦ୍ଧାନ୍ତ ମହାପାତ୍ର, ସମରେଶ ରାଉରରାଉ, ଦିପାନ୍ୱିତ ଦାସମହାପାତ୍ର, କୁନା ତ୍ରିପାଠୀ, ରବି ମିଶ୍ର, ପିଙ୍କି ପ୍ରଧାନ, ବବି ମିଶ୍ର, ପାର୍ଥସାରଥୀ ରାୟ, ଅନନ୍ୟା ମିଶ୍ର ପ୍ରମୁଖ ଅଛନ୍ତି । ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଜିତ ଚକ୍ରବର୍ତୀ ଓ ଅଭିନେତ୍ରୀ ଝିଲିକ୍ ଏହାର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି । ଝିଲିକ ମୋସନ ପିକଚର୍ସରେ ଏହି ଫିଲ୍ମଟି ନିର୍ମାଣ ହୋଇଛି ।

ତେବେ ରିଲିଜ୍ ପୂର୍ବରୁ ଫିଲ୍ମଟି ବେଶ୍‌ଚର୍ଚ୍ଚା ସାଉଁଟିସାରିଲାଣି। ନ୍ୟୁୟର୍କର ଟାଇମ୍ସ ସ୍କୋୟାର ବିଲବୋର୍ଡରେ ଏହା ସ୍ଥାନ ପାଇସାରିଛି । ଏହି ସଫଳତା ପାଇବାରେ ଏହା ପ୍ରଥମ ଓଡ଼ିଆ ଫିଲ୍ମ ପାଲଟିଛି ।

Leave A Reply

Your email address will not be published.