Latest Odisha News

BREAKING NEWS

ମୂଲ୍ୟ ଯେପରି ଗୁଣ ବି ସେପରି, ସ୍ଵାସ୍ଥ୍ୟ ପାଇଁ ରାମବାଣ କେସର

ଭୁବନେଶ୍ଵର: ଦୁନିଆର ସବୁଠାରୁ ମହଙ୍ଗା ମସଲା ମଧ୍ୟରୁ ସାଫ୍ରନ୍ ବା କେସର ହେଉଛି ଏକ ସୁଗନ୍ଧିତ ଫୁଲର ଏକ ଛୋଟ ଅଂଶ ଯାହାର ବାସ୍ନା ମହୁ ପରି ହୋଇଥାଏ । ଆମ ଦେଶରେ ଏହା ବ୍ୟାପକ ଭାବରେ ଚାଷ କରାଯାଏ । ବାଇଗଣୀ ରଙ୍ଗର ଏହି ଫୁଲ ଶରତର ଆରମ୍ଭରେ ୧୦-୨୫ ସେମି ଉଚ୍ଚରେ ବଢ଼ିଥାଏ । କେସର ହେଉଛି ବହୁତ ମୂଲ୍ୟବାନ ଜିନିଷ  । ଏହାର ଅତ୍ୟଧିକ ମୂଲ୍ୟ ହୋଇଥିବାରୁ ଲୋକମାନେ ଏହାକୁ କିଣିନଥାନ୍ତି । ହେଲେ ଏହା ଆମ ଶରୀର ପାଇଁ ଅନେକ ଲାଭଦାୟୀ ହୋଇଥାଏ ।

କେସର ଆମ ଶରୀରକୁ ବିଭିନ୍ନ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଏହା ଆମ ଭିତରେ ଉତ୍ସାହର ଭାବନାକୁ ବଢ଼େଇବାରେ ସାହାଯ୍ୟ କରେ । କେସର ଖାଇବା ଦ୍ୱାରା ଏହା ଆମର ମାନସିକ ସନ୍ତୁଳନ ଠିକ ରହିଥାଏ । ଏହା ସହ କେସର ଆମ ସ୍ମୃତିଶକ୍ତି ବଢେଇଥାଏ । କେସରରେ ଅନେକ ଏପରି ଉତ୍ପାଦନ ଥାଏ ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଏଥିରେ ଭିଟାମିନ C ଏବଂ ଆଣ୍ଟିଅକ୍ସିଡାଣ୍ଟସ୍‌ ରହିଛି । ଯାହା ସାଧାରଣ ଭାଇରାଲ ରୋଗ ଯେପରି ଥଣ୍ଡା, କାଶ, ଜ୍ୱର ଭଳି ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କେସର ରକ୍ତଚାପ କମ କରିବାରେ ସାହାର୍ଯ୍ୟ କରିଥାଏ । ଏହାସହ ଶ୍ୱାସକ୍ରିୟା ବୃଦ୍ଧି କରିବାରେ ସାହାଯ୍ୟ କରିପାରେ । ଖାଦ୍ୟ ହଜମ କରିବା ପାଇଁ କେସର ବହୁତ ଲଭଦାୟୀ ହୋଇଥାଏ । କେସର ରକ୍ତରେ ବଢ଼ିଯାଇଥିବା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ ଏବଂ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସବୁଠାରୁ ବଡ କଥା ହେଲା କେସର ଆମ ତ୍ଵଚାକୁ ମଧ୍ୟ ସୁରକ୍ଷା ଦେଇଥାଏ । ସୁନ୍ଦର ଓ ସୁସ୍ଥ ତ୍ଵଚା ପାଇଁ କେଶର ରାମବାଣ ସଦୃଶ୍ୟ ହୋଇଥାଏ । ତ୍ଵଚାରେ ଥିବା କଳାଦାଗ ଓ କୁଞ୍ଚିକୁ ହ୍ରାସ କରିଥାଏ କେସର ।

 

Leave A Reply

Your email address will not be published.