Latest Odisha News

ମହୁମାଛି ଆକ୍ରମଣରେ ଚାଲିଗଲା ଜେଜେଙ୍କ ଜୀବନ, ନାତି ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ବାରଙ୍ଗବାଡ଼ି ଗାଁରେ ମହୁମାଛି ଆକ୍ରମଣରେ ଜେଜେଙ୍କର ମୃତ୍ୟୁ ଘଟିଥିବାବେଳେ ନାତି ଗୁରୁତର ହୋଇଛନ୍ତି । ଆହତ ନାତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଆଜି ସକାଳେ ବାରଙ୍ଗବାଡ଼ି ଗାଁ ନିକଟ ଜଙ୍ଗଲକୁ ଜେଜେ ଆଉ ନାତି ଗାଇ ଚରାଇବାକୁ ଯାଇଥିବା ସମୟରେ ଉଭୟ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଉଭୟ ଜେଜେ ଆଉ ନାତିଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ତେବେ ଜେଜେଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ନାତିଙ୍କର ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.