Latest Odisha News

BREAKING NEWS

Grandfather Harassment: ନାତୁଣୀକୁ ଗର୍ଭବତୀ କଲା ସମ୍ପର୍କୀୟ ଅଜା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଇଲାକାରେ ଘଟିଛି ଏକ ଲଜ୍ଜାଜନକ ଘଟଣା ଘଟିଛି। ସମ୍ପର୍କୀୟ ଅଜା ୧୧ବର୍ଷୀୟା ନାବାଳିକାଙ୍କୁ ମୋବାଇଲ ଦେଖାଇବା ବାହାନାରେ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିଛି। ଏହି ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତକୁ ବୈଶିଙ୍ଗା ପୋଲିସ ଗିରଫ କରିଛି।

ନାବାଳିକାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବା ସହିତ କ୍ରମଶଃ ସେ ଦୁର୍ବଳ ହୋଇପଡ଼ିବାରୁ ଘରଲୋକେ ଡାକ୍ତରଖାନା ନେଇଥିଲେ। ସ୍ୱାସ୍ଥ୍ୟ ପରୀକ୍ଷାରୁ ନାବାଳିକା ଜଣକ ତିନିମାସର ଗର୍ଭବତୀ ଥିବାର ଜାଣିବାକୁ ପାଇଥିଲେ। ଏହାପରେ ଘରକୁ ଆସି ପଚରା ଉଚରା ପରେ ସମ୍ପର୍କୀୟ ଅଜା ମୋବାଇଲ ଦେଖାଇବା ବାହାନାରେ ତାଙ୍କ ଉପରେ ଏପରି ପାଶବିକ ଅତ୍ୟାଚାର କରିଥିବା ସେ କହିଥିଲେ।

ସୋମବାର ରାତିରେ ଗ୍ରାମରେ ବୈଠକ ବସିଥିବା ବେଳେ ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳଙ୍କ ନିର୍ଦ୍ଦେଶ କ୍ରମେ ବୈଶିଙ୍ଗା ପୋଲିସର ଏକ ଟିମ୍‌ ଚଢ଼ଉ କରିଥିଲା। ଗାଁ ବୈଠକରୁ ଅଭିଯୁକ୍ତ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ଧାନକ୍ଷେତରେ ମାଡ଼ିବସି ପୋଲିସ କାବୁ କରିନେଇଥିଲା। ଅଭିଯୁକ୍ତକୁ ଅଧିକ ପଚରାଉଚରା କରାଯିବା ସହ ଘଟଣାର ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି।

Comments are closed.