ନୂଆଦିଲ୍ଲୀ: ବୟସ ବଢିଲେ ବାର୍ଦ୍ଧକ୍ୟ ଛୁଏଁ । ଏହି ସମୟରେ ବୁଢା ବାପା ମା’ଙ୍କ ସାହାରା ବନିଥାନ୍ତି ପିଲାମାନେ । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ ପିଲାମାନେ ସେମାନଙ୍କ ଦାୟିତ୍ୱ ଭୁଲି ଯାଇଥାଆନ୍ତି। ଏମିତି ଜଣେ ବୃଦ୍ଧ ମା’ ଓ ତାଙ୍କ ଝିଅ ଗଛମୂଳରେ ଦୁଃଖକଷ୍ଟରେ ଦିନ କାଟୁଛନ୍ତି । ଏହି ଘଟଣାଟି ହେଉଛି ତେଲେଙ୍ଗାନା ଜିଲ୍ଲା ପେଡ୍ଡାପଲ୍ଲିର ରାମାଗୁଣ୍ଡମର । ସୋଠାରେ ପ୍ରାୟ ବର୍ଷେ ହେବ ଗଛମୂଳରେ ରହି ଦିନ କାଟୁଛନ୍ତି ୯୫ବର୍ଷର ଜଣେ ବୃଦ୍ଧା ମା’ ବିରମ୍ମା ଓ ତାଙ୍କ ୭୬ବର୍ଷର ଝିଅ ।
ଦିନ ଥିଲା ବୃଦ୍ଧାଙ୍କ ପାଖରେ ଏକ ହସ ଖୁସିର ସଂସାର ଥିଲା । ରହିବାକୁ ଆଶ୍ରୟ ଥିଲା। ସ୍ୱାମୀ, ଦୁଇପୁଅ ଓ ଝିଅକୁ ନେଇ କଟୁଥିଲା ଜୀବନ । ହେଲେ ହଠାତ୍ ସ୍ୱାମୀଙ୍କ ମୃତ୍ୟୁ ପରେ ବଦଳି ଯାଇଥିଲା ସବୁକିଛି । ପରିବାର ଉପରେ ଭାଙ୍ଗି ପଡ଼ିଥିଲା ଦୁଃଖର ପାହାଡ । ଦିନପରେ ଦିନ ଗଡ଼ିଯିବା ପରେ ପୁଅମାନେ ବଡ଼ ହୋଇ ଯାଇଥିଲେ। ବିରମ୍ମା ବହୁତ କଷ୍ଟ ସହି ପିଲାଙ୍କୁ ବଡ଼ କରିଥିଲେ। ଦୁଇପୁଅ ରୋଜଗାର କରିବା ପରେ ମା’ ଓ ଭଉଣୀଙ୍କୁ ଭୁଲି ଯାଇଥିଲେ। ଏହାପରେ ଗଛମୂଳେ ଜୀବନ କଟୁଛି ମା’ ଓ ଝିଅଙ୍କର ।
ମା’ଙ୍କୁ ୯୫ବର୍ଷ ହୋଇଥିବା ବେଳେ ଝିଅଙ୍କୁ ୭୬ବର୍ଷ ହୋଇଛି। ଦୁହିଁଙ୍କୁ ସରକାରଙ୍କ ପକ୍ଷରୁ ଚାଉଳ ମିଳୁଥିବା ବେଳେ ଏଯାଏଁ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ମିଳିନାହିଁ।
Comments are closed.