Latest Odisha News

BREAKING NEWS

ପିତୃ ପୁରୁଷଙ୍କୁ ପୂଜିବା ପାଇଁ ଘର ଆଗରେ କବର

ଥରେ ଭାବନ୍ତୁ ତ … ଏମିତି ଏକ ଗାଁ ଆପଣଙ୍କ ନଜରକୁ ଆସୁଥିବ ଯେଉଁଠି ଗାଁର ପ୍ରତ୍ୟେକ ଲୋକଙ୍କ ଘର ଆଗରେ ରହିଥିବ କବର । ସେ କବରକୁ ଘର ଲୋକେ ପ୍ରତିଦିନ ପୂଜା କରୁଥିବେ । ଯଦି ଆପଣ ଏ ବିଷୟରେ ଜାଣିବାକୁ ଆଗ୍ରହୀ ତେବେ ବିସ୍ତୃତ ଘଟଣା କ’ଣ ପଢନ୍ତୁ ।

ଆନ୍ଧ୍ରପ୍ରଦେଶର ଉପାନ୍ତ ଅଞ୍ଚଳରେ ଆୟାକୋଣ୍ଡା ନାମକ ଏକ ଗାଁ ରହିଛି । ଲୋକଙ୍କ ମୁଖରେ ଏହା କବର ଗାଁ ବୋଲି ପରିଚିତ । କାରଣ ଗାଁର ପ୍ରତ୍ୟେକ ଘର ଆଗରେ ଆପଣଙ୍କୁ ନିଶ୍ଚୟ ଗୋଟିଏ ନୁହେଁ ଏକାଧିକ କବର ନଜରକୁ ଆସିବ । ବିଶେଷକରି ପ୍ରତ୍ୟେକ ଘରର ପ୍ରବେଶ ଦ୍ୱାରର ଠିକ୍ ସାମ୍ନାରେ ଏହି କବରଗୁଡ଼ିକ ରହିଥାଏ । ମିଛିମିଛିକା ନୁହେଁ, ଏହା ପ୍ରକୃତ କବର । ଗାଁ ଲୋକମାନେ ଚଳଣି ଅନୁସାରେ ପରିବାରର ପ୍ରତ୍ୟେକ ମୃତ ସଦସ୍ୟଙ୍କୁ ଠିକ୍ ଘର ଆଗରେ କବର ଦେଇଥାନ୍ତି ।
କର୍ନୁଲ ଜିଲାଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ରହିଛି ଗୋନେଗାଣ୍ଡାଲ ମଣ୍ଡଳର ଏକ ଗାଁ । ଗାଁଟି ପାହାଡ଼ ଉପରେ ଅବସ୍ଥିତ ଓ ଏଠାକାର ଲୋକମାନେ ପୁରୁଷ ପୁରୁଷ ଧରି ଏଠାରେ ବସବାସ କରୁଛନ୍ତି । ସ୍ଥାନୀୟ ଭାଷାରେ ଏହି ଗାଁକୁ ଇକୋଣ୍ଡା ବୋଲି ମଧ୍ୟ କୁହାଯାଏ । ପାରମ୍ପରିକ ଭାବେ ମାଲା ଦସାରୀ ସମ୍ପ୍ରଦାୟର ଲୋକମାନେ ଏଠାରେ ବସବାସ କରନ୍ତି । ଏଠାରେ ଲୋକ ସଂଖ୍ୟା ହଜାରେରୁ ଅଧିକ । ଗାଁରେ କୌଣସି ଶ୍ମଶାନ ନାହିଁ । କାରଣ ନିଜ ସମ୍ପର୍କୀୟଙ୍କୁ ମୃତ୍ୟୁ ପରେ ଏଠାକାର ଲୋକମାନେ ଘର ଆଗରେ ସମାଧି ଦେଇଥାନ୍ତି । ଏହା ପରେ ସେଠାରେ ଏକ କବର ତିଆରି କରାଯାଇଥାଏ । ପୁରୁଷ ପୁରୁଷ ଧରି ଗାଁର ପ୍ରତ୍ୟେକ ପରିବାର ଏହି ପରମ୍ପରା ଅନୁସରଣ କରିଆସୁଛନ୍ତି ।
ଲୋକମାନଙ୍କର ବିଶ୍ୱାସ ସମାଧି ନେଇଥିବା ଲୋକମାନେ ଘରର ଉନ୍ନତି ପାଇଁ ଆର୍ଶିବାଦ ଦେଇଥାନ୍ତିି । ସେଥିପାଇଁ ଏହା ସେମାନଙ୍କର ଉପାସନା ପୀଠ । ଘର ଆଗରେ ପୂର୍ବପୁରୁଷଙ୍କର ସମାଧିସ୍ଥଳୀରେ ପରିବାର ଲୋକେ ଦୈନିକ ପୂଜାର୍ଚ୍ଚନର କରିଥାନ୍ତି । ଦୈନିକ କବର ପାଖରେ ରନ୍ଧା ଯାଉଥିବା ଖାଦ୍ୟକୁ ଭୋଗ ଲଗାନ୍ତି । ଘରେ ଘରେ ଯେ କୌଣସି ଖାଦ୍ୟ ରନ୍ଧାଯାଇଥାଏ ତାହ କବର ପାଖରେ ଭୋଗ ନ ଲାଗିବା ପର୍ଯ୍ୟନ୍ତ ପରିବାରର କୌଣସି ସଦସ୍ୟ ବି ଖାଦ୍ୟ ଖାଇ ନ ଥାନ୍ତି । ସେମାନେ ନୂତନ ଜିନିଷ କିଣିଲେ ବି ପ୍ରଥମେ ଏହାକୁ କବରଗୁଡ଼ିକ ଆଗରେ ରଖନ୍ତି ଓ ତାପରେ ବ୍ୟବହାର କରନ୍ତି ।

ଏଠାରେ ଆଉ ଏକ ପରମ୍ପରା ହେଲା ଗାଁର ଲୋକମାନେ କେବେ ବିଛଣାରେ ଶୁଅନ୍ତି ନାହିଁ । ସ୍ଥାନୀୟ ଲୋକଙ୍କ କହିବା କଥା , ବହୁ ପୂର୍ବରୁ ଗାଁରେ ନାଲା ରେଡ୍ଡୀ ନାମକ ଜଣେ ଜମିଦାର ଥିଲେ । ତାଙ୍କ ବିବାହ ସମୟରେ ସେ ଯୌତୁକରେ ଖଟ ନ ପାଇବାରୁ ତଳେ ଶୋଇଥିଲେ । ସେବେଠାରୁ କୌଣସି ଗ୍ରାମବାସୀ ଖଟ ଉପରେ ଶୁଅନ୍ତି ନାହିଁ । ବର୍ଷ ବର୍ଷ ଧରି ଏହି ପରମ୍ପରା ଅନୁକରଣ କରି ଆସୁଛନ୍ତି ଗାଁ ଲୋକେ ।

Leave A Reply

Your email address will not be published.