Latest Odisha News

BREAKING NEWS

ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଓ ଆମେରିକାସ୍ଥିତ ନୃତ୍ୟ ସାଧନା ସଂସ୍ଥାର ମିଳିତ ଆନୁକୂଲ୍ୟରେ ତଥା କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ସହଯୋଗରେ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟପାଳରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଶୀ ନୃତ୍ୟରେ ଜୀବନ ବ୍ୟାପି ସାଧନା ନିମନ୍ତେ ଗୁରୁ କୁମକୁମ ମହାନ୍ତିଙ୍କୁ ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ସମ୍ମାନ, ଅରୁଣା ମହାନ୍ତିଙ୍କୁ ଅନ୍ତର୍ଜାତିକ ଆଇକନ ଓ ଜ୍ୟୋତି ରାଉତଙ୍କୁ ପ୍ରବାସୀ ନୃତ୍ୟ ଗୁରୁ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କ ସହ ନୃତ୍ୟ ସାଧନା ସଂସ୍ଥାର ତପସ୍ୟା ରାୟଙ୍କୁ ପ୍ରବାସୀ ଯୁବ ପ୍ରତିଭା ଓ ପ୍ରୀତିଶା ମହାପାତ୍ରଙ୍କୁ ଯୁବ ସମ୍ମାନ ପ୍ରଦାନ କରାଯାଇଥିଲା ।

ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ନୃତ୍ୟୋତ୍ସବର ପ୍ରଥମ ଦିନରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସ୍ୱାଗତ ଭାଷଣ ପ୍ରଦାନ ସହ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ, ସ୍ୱତନ୍ତ୍ର ସଚିବମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ନୃତ୍ୟ ସାଧନା ନିର୍ଦ୍ଦେଶକ ତାପସୀ ରଥ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଥମ ଦିନରେ ନରେନ୍ଦ୍ରପୁରର ଯୋଡି ଶଙ୍ଖ ଓ ବ୍ରାହ୍ମଗିରିର ଗୋଟିପୁଅ ନୃତ୍ୟ ପରିବେଷିତ ହୋଇଥିଲା।

Leave A Reply

Your email address will not be published.