Latest Odisha News

ହ୍ୟାଣ୍ଡସମ୍ ଅଗ୍ନିଶମ ଅଧିକାରୀଙ୍କୁ ଦେଖିବା ପାଇଁ ଜଙ୍ଗଲ ଜାଳି ଦେଲେ ମହିଳା 

ଆଥେନ୍ସ: ଗ୍ରୀସର ତ୍ରିପୋଲିର ଜଣେ ୪୪ବର୍ଷ ବୟସ୍କା ମହିଳା ଉଦ୍ଦେଶ୍ୟମୂଳକ ଭାବେ ଜଙ୍ଗଲରେ ନିଆଁ ଲଗାଇଦେଇଥିଲେ। ଯାହାର କାରଣ ରହିଛି ସେ ହ୍ୟାଣ୍ଡସମ୍ ଅଗ୍ନିଶମ ଅଧିକାରୀଙ୍କୁ ଦେଖିବାକୁ ଏବଂ ଫ୍ଲଟ୍ କରିବାକୁ ଭଲ ପାଉଥିଲେ।

କେରସିଟାସାରେ ଗୋଟିଏ ନୁହେଁ ଦୁଇଟି ଜଙ୍ଗଲରେ ନିଆଁ ଲଗାଇବା ପରେ ଆଇନଗତ ମାମଲାରେ ଛନ୍ଦି ହୋଇଛନ୍ତି ସେ।

ଖବର ଅନୁଯାୟୀ, ଏହି ଘଟଣା ଅଗଷ୍ଟ ୨୪ ଏବଂ ୨୫ରେ ଘଟିଥିବାବେଳେ ଉକ୍ତ ମହିଳାଙ୍କୁ ଅଗଷ୍ଟ ୨୬ ରେ ତ୍ରିପୋଲି ପୋଲିସ ଗିରଫ କରିଥିଲା। ପୋଲିସ ଅଧିକାରୀଙ୍କ ଅନୁଯାୟୀ ମହିଳା ଜଣଙ୍କୁ ଉଭୟ ଅଗ୍ନିକାଣ୍ଡ ସ୍ଥାନରେ ଦେଖିବାକୁ ମିଳିଥିଲା ​​ଯାହା ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଥିଲା। ତଦନ୍ତ ପରେ ମହିଳାଙ୍କୁ ଗିରଫ କରାଯାଇଥିଲା।

ଗ୍ରୀସ୍ ଏଥେନ୍ସରେ ଅଗ୍ନିକାଣ୍ଡର କିଛି ସପ୍ତାହ ପରେ କେରସିଟାସାରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଉକ୍ତ ମହିଳାଙ୍କୁ ୩୬ ମାସର ଜେଲ୍ ଦଣ୍ଡାଦେଶ ସହ ଜୋରିମାନା ମଧ୍ଯ ଲଗାଯାଇଥିବା ଜଣାପଡିଛି।

Comments are closed.