Latest Odisha News

[ଭିଡ଼ିଓ] ମାଲକାନଗିରି ପୋଲିସକୁ ସଫଳତା, ଅସ୍ତ୍ର ଶସ୍ତ୍ର ସହ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଲା ସଫଳତା । ମାଟି ତଳୁ ଉଦ୍ଧାର ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ଘନବେଡା ଠାରେ ନୁତନ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ ଚାଲିଥିଲା। ଆଉ ଏହି କମ୍ବିଂ ଅପରେସନ ବେଳେ ଜବତ ହେଲା ବିପୁଳ ପରିମାଣର ବିଷ୍ଫୋରକ ସହ ମାଓ ସାମଗ୍ରୀ ।

ଆନ୍ଧ୍ର ଓଡିଶା ବର୍ଡର ଅଞ୍ଚଳରେ ବିଏସ.ଏଫ, ଡି.ଭି.ଏଫ ଓ ଏସଓଜି ବାହିନିର ଯବାନ ମାନେ ମିଳିତ ଭାବେ କମ୍ବିଂ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ମାରିବେଡା ନିକଟରେ ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି । ଗୋଟିଏ ଗ୍ରେନେଡ, ୬ଟି ଡିଟୋନେଟର, ୩ଟି ଆମୁନେସନ କୋଣ୍ଟେନର, ୬୫ଟି ଆମୁନେସନ ଚାରଜିଙ୍ଗ କ୍ଲିପ, ଗୋଟିଏ ଜେନେରେଟର , କୋଡେକ୍ସ କେବୁଲ ସହ ଅନେକ ବିଷ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ।

ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲପନ୍ଥି ମାନେ ଅସ୍ତ୍ର ଶସ୍ତ୍ର ସହ ବିଷ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ମାଲକାନଗିରି ଏସ.ଡି.ପିଓ କହିଛନ୍ତି । ଆଗାମି ଦିନରେ ମଧ୍ୟ ଏହି ଅପରେସନ ସମ୍ପୂର୍କ୍ତ ଅଞ୍ଚଳରେ ଜାରି ରହିବ ବୋଲି ଜଣାପଡିଛି ।

Leave A Reply

Your email address will not be published.