Latest Odisha News

BREAKING NEWS

[ଭିଡିଓ] ମୟୂରଭଞ୍ଜର କ୍ୟାଥେଲିକ ଚର୍ଚ୍ଚରେ କଟକଣାରେ ବଡଦିନ ପାଳନ

ମୟୂରଭଞ୍ଜ : ଆଜି ପବିତ୍ର ବଡଦିନ । ଦେଶ ପାଳୁଛି ଖ୍ରୀଷ୍ଟମାସ ।ଏନେଇ ଉତ୍ସବ ମୁଖର ହୋଇଉଠିଛି ମୟୂରଭଞ୍ଜ ଜିଲ୍ଲାର କୃଷ୍ଣଚନ୍ଦ୍ରପୁରର ଥିବା କ୍ୟାଥେଲିକ ଚର୍ଚ୍ଚ । ରାତିରୁ ଧରା ପୃଷ୍ଟକୁ ଅବରତରଣ କରିସାରିଛନ୍ତି ଯୀଶୁ ।ଏଥର କୋଭିଡ କଟକଣା ମଧ୍ୟରେ ମହା ନିରାଡମ୍ବର ଭାବେ ପାଳିତ ହେଉଛି ବଡଦିନ ।

BjdElectrycity

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଳନ କରୁଛନ୍ତି ବଡଦିନ । ଏଥିପାଇଁ ମୟୂରଭଞ୍ଜର କ୍ୟାଥୋଲିକ ଚର୍ଚ୍ଚରେ ବିଶେଷ ସାଜ ସଜ୍ଜା କରାଯାଇଛି । ହେଲେ ଚଳିତ ଥର ଓମିକ୍ରନ ଭୟ ପାଇଁ ଫିକା ପଡିଛି ବଡଦିନ ।ବଡ ଦିନ ଏକ ଏପରି ଦିନ କେବଳ ଖ୍ରୀଷ୍ଟ ଧର୍ମାବଲମ୍ବି ନୁହଁନ୍ତି । ସମସ୍ତେ ବଡ ଦିନକୁ ପାଳନ କରିବା ପାଇଁ ଚର୍ଚ୍ଚରେ ଭିଡ ଲଗାଇଥାନ୍ତି ।ହେଲେ ଏଥର କଟକଣା ପାଇଁ ଲୋକମାନେ ଘରେ କେକ, ପିଠାପଣା କରି ପରସ୍ପରକୁ ଆଦାନ ପ୍ରଦାନ କରି ବଡଦିନ ପାଳୁଛନ୍ତି ।

ଏହି କୃଷ୍ଣଚନ୍ଦ୍ରପୁର କ୍ୟାଥେଲିକ ଚର୍ଚ୍ଚକୁ କେବଳ ମୟୂଭଞ୍ଜ ଜିଲ୍ଲା ନୁହେଁ ରାଜ୍ୟ ବାହାରୁ ମଧ୍ୟ ଲୋକଙ୍କ ଭିଡ ଜମିଥାଏ । ହେଲେ ମହାମାରି କରୋନା ଓ ଓମିକ୍ରନ ଭୟ ଥିବାରୁ ଖାଁ ଖାଁ ଲାଗୁଛି ଏହି ଚର୍ଚ୍ଚ ପରିସର ।ଅନ୍ୟପଟେ ସାଂସ୍କୃିତକ କାର୍ଯ୍ୟାକ୍ରମକୁ ଏଥର ଚର୍ଚ୍ଚରେ ବାଦ୍ ଦିଆଯାଇଛି ବୋଲି ଫାଦର କହିଛନ୍ତି ।

Leave A Reply

Your email address will not be published.