Latest Odisha News

BREAKING NEWS

ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ରହିଛି ଖଲିସ୍ତାନ ଗ୍ରୁପ୍‌ର ସମ୍ପୃକ୍ତି

ନୂଆଦିଲ୍ଲୀ: ଲୁଧିଆନା ସେସନ କୋର୍ଟରେ ହୋଇଥିବା ବିସ୍ଫୋରଣ ମାମଲାରେ ସୁରକ୍ଷା ଏଜେନ୍ସି ଏବଂ ପଞ୍ଜାବ ପୋଲିସ ତଦନ୍ତ କରୁଛନ୍ତି। ଯାଞ୍ଚ ବେଳେ ପଞ୍ଜାବକୁ ଅସ୍ଥିର କରିବା ଉଦ୍ଦେଶ୍ୟରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି।

BjdElectrycity

ଏହି ବିସ୍ଫୋରଣରେ ଜର୍ମାନୀରେ ଅବସ୍ଥିତ ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଏବଂ ପାକିସ୍ତାନରେ ରହୁଥିବା ଜଣେ କଟ୍ଟରପନ୍ଥୀଙ୍କ ସମ୍ପୃକ୍ତି ଥିବା ଖୁଲାସା ହୋଇଛି। ବିକାଶର ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ, ଡିସେମ୍ବର ୨୩ରେ ହୋଇଥିବା ବିସ୍ଫୋରଣରେ ଜର୍ମାନୀ-ଖଲିସ୍ତାନ ଆତଙ୍କବାଦୀ ଜସ୍ବିନ୍ଦର ସିଂ ମୁଲତାନୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ପଞ୍ଜାବର ହୋଶିଆରପୁର ଜିଲ୍ଲାର ମାନସପୁର ଗାଁର ମୂଳ ବାସିନ୍ଦା ମୁଲତାନୀ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ପାକିସ୍ତାନ ଭିତ୍ତିକ ଚୋରା ଚାଲାଣକାରୀଙ୍କ ନେଟୱାର୍କ ବ୍ୟବହାର କରି ଭାରତକୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଯୋଗାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.