Latest Odisha News

BREAKING NEWS

ବୁର୍କିନି ଉପରୁ ହଟିଲା ବ୍ୟାନ୍, ସ୍ୱିମିଂ ପୁଲରେ ଆରମରେ ପହଁରିବେ ମୁସଲିମ୍ ମହିଳା

ଭୁବନେଶ୍ୱର: ବୁର୍କିନି ଉପରୁ ହଟିଲା ବ୍ୟାନ୍ । ଏବେ ବୁର୍କିନି ପିନ୍ଧି ପହଁରିପାରିବେ ମୁସଲିମ୍ ମହିଳା । ଫ୍ରେଞ୍ଚ ସହର ଗ୍ରେନୋବଲ ବୁର୍କିନି ନିଷିଦ୍ଧ ନିୟମକୁ ଉଚ୍ଛେଦ କରିଦେଇଛି । ମେ ୧୬ରେ ସହରର ସ୍ୱିମିଂ ପୁଲ୍ ଗୁଡ଼ିକରେ ଏକାଠି ହୋଇଥିଲେ ଶତାଧିକ ମୁସଲିମ୍ ମହିଳା ।

ନିଷିଦ୍ଧାଦେଶ ଉଚ୍ଛେଦ ପରେ ସହରର ବିଭିନ୍ନ ସର୍ବସାଧାରଣ ସ୍ୱିମଂ ପୁଲରେ ମୁସଲିମ ମହିଳା ବନ୍ଧୁ ପରିଜନ ଏବଂ ସପରିବାର ଆସି ଉତ୍ସବ ପାଳନ କରିଛନ୍ତି ।

ବିଶ୍ୱର ଗୋଟିଏ ପଟରେ ମୁସଲିମ ମହିଳାଙ୍କ ବୁର୍ଖା ଆଭୂଷଣକୁ ନେଇ ବିବାଦ ମୁଣ୍ଡ ଟେକୁଥିବା ବେଳେ, ଅପରପାଶ୍ୱର୍ରେ ଆଉ ଏକ ସହର ନିଷ୍ପେସିତ ମହିଳାଙ୍କୁ ଦେଇଛି ସ୍ୱାଧୀନ ଭାବେ ବଞ୍ଚିବାର ଅଧିକାର ।

ବୁର୍କିନି ହେଉଛି ଦେଖିବାକୁ ଠିକ୍ ବୁର୍ଖା ଭଳି । ପ୍ରାୟ ସ୍ଥାନରେ ସ୍ୱିମିଂ ପୁଲରେ ପହଁରିବାକୁ ବିକିନି ହେଉଛି ଏକ ମାତ୍ର ପସନ୍ଦ । କିନ୍ତୁ ମୁସଲମାନ ମହିଳାଙ୍କ ପାଇଁ ଏହା କଷ୍ଟକର ହୋଇଥିବାରୁ ବୁର୍କିନିର ଉପଯୋଗ ସେମାନଙ୍କ ଅଧିକାର । ପହଁରିବାକୁ ସହଜ ହେଲା ଭଳି ଟାଇଟ୍ ଫିଟ୍ ବୁର୍ଖା । ଯାହା ବିକିନିର ଏକ ଉଦ୍ଧୃତ ଅଂଶ କହି ହେବ ।

ତେବେ ଦୀର୍ଘ ଦଶନ୍ଧି ଧରି ବୁର୍କିନି ବ୍ୟାନ୍ ହୋଇଥିବା ବେଳେ ଗତ ୧୬ ତାରିଖରେ ଏହାକୁ ବ୍ୟବହାର ପାଇଁ ମିଳିଛି ପୁନଃ ଅଧିକାର ।

Leave A Reply

Your email address will not be published.