Latest Odisha News

BREAKING NEWS

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ : ଫାଇନାଲରେ ନିଖତ

ନୂଆଦିଲ୍ଲୀ: ଇସ୍ତାନବୁଲରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ କମାଲ କରିଛନ୍ତି ଭାରତର ନିଖତ ଜରୀନ । ୫୨ କେଜି ବିଭାଗର ଫାଇନାଲରେ ପ୍ରବେଶ କରି ନିଖିତ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ଚଳିତ ବର୍ଷ ପ୍ରଥମ ଭାରତୀୟ ଭାବେ ସେ ବିଶ୍ୱ ଚାମ୍ପିୟନଶିପ ମୁକାବିଲାର ଫାଇନାଲରେ ପ୍ରବେଶ କରିବାରେ ସକ୍ଷମ ହୋଇଛନ୍ତି । ସ୍ୱର୍ଣ୍ଣ ପଦକ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ସେ ଥାଇଲାଣ୍ଡର ଜାଟାମାରା ଜିତପେଙ୍ଗଙ୍କୁ ଭେଟିବେ । ବୁଧବାର ସେମିଫାଇନାଲ ମୁକାବିଲାରେ ସେ ବ୍ରାଜିଲର କ୍ୟାରୋଲିନ ଡି ଅଲମେଡାଙ୍କୁ ୫-୦ରେ ପରାସ୍ତ କରିଥିଲେ । ନିଖିତଙ୍କ ପଂଚର ଜବାବ ତାଙ୍କ ପ୍ରତିଦ୍ୱନ୍ଦୀଙ୍କ ପାଖରେ ନ ଥିଲା ।

୬୩ କିଗ୍ରା ବିଭାଗରେ ପରବୀନ ହୁଡ୍ଡା ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଏହି ଚାମ୍ପିୟନଶିପରେ ଭାରତ ୩୬ ପଦକ ଜିତିଛି । ରୁଷିଆ ସର୍ବାଧିକ ୬୦ ଓ ଚୀନ ୫୦ ପଦକ ଜିତିଛନ୍ତି । ଏମସି ମେରୀକମ, ଜେନୀ ଆରଏଲ, ସରିତା ଦେବୀ ଓ ଲେଖ ସିଙ୍କ ପରେ ବିଶ୍ୱ ଚାମ୍ପିୟନ ହେବା ପାଇଁ ନିଖିତଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି ।

Leave A Reply

Your email address will not be published.