Latest Odisha News

BREAKING NEWS

ସହିପାରିଲେନି ପରିବାରର ଚାରି ଚାରି ଜଣଙ୍କ ମୃତ୍ୟୁ, ଶେଷରେ କଲେ ଆତ୍ମହତ୍ୟା

ବଲାଙ୍ଗୀର: ବେଲପଡା ଥାନା କାନୁଟି ଗାଁରେ ଅଭାବନୀୟ ଘଟଣା । ଘରେ ଟିଭି ଦେଖୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିଲା । ପୋଡି ହୋଇ ୪ଜଣଙ୍କ ମୃତ୍ୟୁ ଘଟିଥିଲା । ପରିବାରର ୪ଜଣଙ୍କୁ ହରାଇ ମ୍ରିୟମାଣ ୧୭ବର୍ଷ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ନାବାଳକ ଜଣଙ୍କ ହେଲେ ଦ୍ରୋଣ ମହାକୁଡ଼ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ଗତ ୧୦ ତାରିଖରେ କାନୁଟି ଗାଁରେ ଟିଭି ଦେଖୁଥିବା ବେଳେ ସିଲିଣ୍ଡର ଫାଟି ବିସ୍ପୋରଣ ହୋଇଥିଲା । ବିସ୍ପୋରଣରେ ୬ ଜଣ ଗୁରୁତର ହୋଇଥିଲେ । ଗୁରୁତର ମାନଙ୍କୁ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁତରଙ୍କ ମଧ୍ୟରୁ ଗୋଟିଏ ପରିବାରର ତିନି ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଗତକାଲି ସେହି ପରିବାରର ଆଉ ଜଣେ ମହିଳାଙ୍କ ମଧ୍ୟ ଜୀବନ ଚାଲିଯାଇଥିଲା । ଏବେ ହସପିଟାଲରେ ମାଳତୀଙ୍କ ମୃତଦେହ ପଡି ରହିଥିବା ବେଳେ ମା’ର ମୃତଦେହ ଡାକ୍ତରଖାନାରୁ ଆଣିବାକୁ ପୁଅ ପାଖରେ ସମ୍ବଳ ନଥିବାରୁ କୌଣସି ବାଟ ନପାଇ ମାନସିକ ଚିନ୍ତାରେ ଥିବା ପୁଅ ଦ୍ରୋଣ ଶେଷରେ ମା’ର ଶାଢୀ ଲଗାଇ ଆତ୍ମହତ୍ୟା କରିଛି ।

ଗ୍ରାମବାସୀ ଏହି ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବେଲପଡ଼ା ପୁଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବେଲପଡ଼ା ହସ୍ପିଟାଲକୁ ପଠେଇଛନ୍ତି। ଏଣେ ଘଟଣାସ୍ଥଳରେ ବେଲପଡ଼ା ତହସିଲଦାର ବନବିହାରୀ ହରପାଲ ଓ ବିଡିଓ ରାଜେଶ କୁମାର ମେହେର ପହଞ୍ଚିଛନ୍ତି।

Leave A Reply

Your email address will not be published.