Latest Odisha News

BREAKING NEWS

କରୋନା ମୃତ୍ୟୁ ସଂଖ୍ୟା ବିଶ୍ୱରେ ଲକ୍ଷେ ଅତିକ୍ରମ କଲା

ସାରା ବିଶ୍ୱରେ କରୋନା ମହାମାରୀର ରୂପ ନେଇଛି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ବିଶ୍ୱରେ ମୋଟ କରୋନାରେ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି ।

ଏଥି ମଧ୍ୟରୁ ଶକ୍ତିଶାଳୀ ଆମେରିକାରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧୭ହଜାର ୯୨୭ ହୋଇଥିବା ବେଳେ ଇଟାଲୀରେ ୧୮ ହଜାର ୮୪୯, ସ୍ପେନରେ ୧୫ହଜାର ୯୭୦ ଓ ଫ୍ରାନ୍ସରେ ୧୨ ହଜାର ୨୧୦ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ସେହିପରି ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାରରୁ ଅଧିକ ହୋଇଥିବା ମୃତ୍ୟୁ ସଂଖ୍ୟା ୨୦୦ଟପିଛି ।

Leave A Reply

Your email address will not be published.