Latest Odisha News

BREAKING NEWS

ଲକ୍‌ଡାଉନ୍ ବେଳେ ଲୋକଙ୍କ ମନୋରଞ୍ଜନ ପାଇଁ ୱେବ୍‌ସିରିଜ୍ ‘ଆୟୁଷ୍ମାନ୍ ମସ୍ତରାମ୍‌’

ଭୁବନେଶ୍ୱର: କରୋନା ସଂକ୍ରମଣ ଦୃଷ୍ଟିରୁ ସାରା ଦେଶରେ ଲକ୍ ଡାଉନ ଜାରି ହୋଇଛି । ସବୁ ସିନେମା ହଲ ବନ୍ଦ ରହିବା ସହିତ ସୁଟିଂ ବନ୍ଦ ଥିବାରୁ ଓଡିଆ ମନୋରଂଜନଧର୍ମୀ ଚ୍ୟାନେଲଗୁଡିକ ଧାରାବାହିକ ତଥା ରିୟଲିଟି ଶୋ’ ଗୁଡିକର ପୁରୁଣା ଏପିସୋଡ୍ ଗୁଡିକର ପୁନଃ ପ୍ରସାରଣ କରୁଛନ୍ତି ।

ଏଭଳି ସମୟରେ ଲୋକେ ମନୋରଂଞ୍ଜନ ପାଇଁ ବଭିନ୍ନ ଓଟିଟି ପ୍ଲାଟଫର୍ମ ଓ ଡିଜିଟାଲ୍ ମାଧ୍ୟମ ଆଡକୁ ଯାଉଥିବା ଦେଖାଯାଉଛି । ନୂଆ ନୂଆ କଣ୍ଟେଟ ସାଙ୍ଗକୁ ଏଠାରେ ମିଳୁଛି ଏକାଧିକ ବିକଳ୍ପ ।

ଓଡିଆ ଅନ୍‌ଲାଇନ୍ ଆପ୍ ଆଓ ଟିଭି ପକ୍ଷରୁ ଆରମ୍ଭ ହୋଇଛି ଏକ ମଜାଦାର ୱେବ ସିରିଜ୍ ହେଉଛି ‘ଆୟୁଷ୍ମାନ ମସ୍ତରାମ’ । ଗୋଟେ ପଟେ ରେମାଣ୍ଟିକ୍ ସାହିତ୍ୟ ରଚନା କରୁଥିବା ମସ୍ତରାମ, ଆଉ ଗୋଟେ ପଟେ ମୋକ୍ଷର ଗୀତ ଗାଉଥିବା ଜଣେ ସାଧ୍ୱୀ । ଏହି ଅଜବ ଗଜବ ପ୍ରେମକାହାଣୀକୁ ନେଇ ଓଟିଟି ପ୍ଲାଟଫର୍ମ ଆଓ ଟିଭିରେ ଆରମ୍ଭ ହୋଇଛି ୱେବ ସିରିଜ୍ ‘ଆୟୁଷ୍ମାନ ମସ୍ତରାମ’ ।

‘ଆୟୁଷ୍ମାନ ମସ୍ତରାମ’ ସିରିଜ୍‌ରେ ମସ୍ତରାମ ଭୂମିକାରେ ରହିଛନ୍ତି ବିରଂଚି ନାୟକ ଓ ସାଧ୍ୱୀ ଚରିତ୍ରରେ ଅଛନ୍ତି ପ୍ରିୟା ରୟ । ଏଥିରେ ଅତିଥି କଳାକାର ଭୂମିକାରେ ଯାତ୍ରା ଜଗତର ବିବାଦୀୟ ଆଇଟମ୍ ଡ୍ୟାନ୍ସର ରାନୀ ପଣ୍ଡାଙ୍କୁ ଦେଖିବାକୁ ମିଳିବ ।

ବର୍ତ୍ତମାନ ମୋବାଇଲ୍ ଓ ଲୋକପ୍ରିୟ ୱେବ ଆପ୍ ଗୁଡିକ ସାଧାରଣ ଲୋକଙ୍କପାଇଁ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ପାଲଟୁଥିବାବେଳେ ଆଓ ଟିଭି ଓଡିଆ ଦର୍ଶକଙ୍କ ପାଇଁ ନେଇଆସିଛି ନୂଆପୁରୁଣା ଓଡିଆ ଚଳଚ୍ଚିତ୍ର ସମେତ କ୍ଷୁଦ୍ର ଚଳଚ୍ଚିତ୍ର, କାର୍ଟୁନ ସୋ’ ଏବଂ ଅନେକ ରହସ୍ୟ ରୋମାଂଚ ଭରା ତଥା ରୋଚକ କାହାଣୀ ଆଧାରିତ ୱେବସିରିଜ୍ ।

Leave A Reply

Your email address will not be published.