ଝାରଖଣ୍ଡ: ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ, ଯାହା ଆମକୁ ହସି ହସି ବେଦମ କରୁଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟ ବି କରିଥାଏ । ଏବେ ସେମିତି ଏକ ଭିଡ଼ିଓ ଦେଖିବାକୁ ମିଳିଛି, ଯେଉଁଥିରେ ଟ୍ରାଫିକ୍ ଜାମ୍ରେ ଫସି ରହିଥିବା ଜଣେ ବର ବାଇକ୍ରେ ଯାଉଛନ୍ତି । କାରଣ ବିବାହର ଶୁଭ ମହୁରତ ଗଡ଼ିଯାଉଛି ।
ଝାରଖଣ୍ଡର ବୋକୋର ବରମୋରେ ଏକ ବିବାହ ଆୟୋଜିତ ହୋଇଥିଲା । ବର ରୋଶଣୀ କରି ବରଯାତ୍ରୀ ସହ କନ୍ୟା ଘରକୁ ଆସୁଥିଲା । ହେଲେ ବାଟରେ ଟାଫ୍ରିକ୍ ଜାମରେ ଫସିଗଲେ । କିଛି ସମୟ ପରେ ରାସ୍ତାରୁ ଜାମ ହଟିବ ଭାବିଲେ ସମସ୍ତେ । ଧୀରେ ଧୀରେ ଜାମ୍ ବଡ଼ିବାକୁ ଲାଗିଲା ପଛେ କମିଲା ନାହିଁ । କାରଣ ଅଘୋଷିତ ବିଦ୍ୟୁତ୍କାଟକୁ ବିରୋଧ କରି ବରମୋ ବ୍ଲକ ଅନ୍ତର୍ଗତ ଫୁସ୍ରୋ ବଜାର ରୋଡରେ ଲୋକେ ରାସ୍ତାରୋକୋ କରିଥିଲେ । ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅଟକି ରହିଲା ବର ଓ ବରଯାତ୍ରୀ । ସେପଟେ ବିବାହର ଶୁଭମୁହୂର୍ତ୍ତ ଗଢିଯାଉଥିବାରୁ କନ୍ୟା ଘର ଲୋକେ ବ୍ୟସ୍ତ ହେଉଥିଲେ । ବରଯାତ୍ରୀ ପଛେ ନ ଆସନ୍ତୁ ବର ଆସିବା ଦରକାର । ତେଣୁ କନ୍ୟାର ଜଣେ ସମ୍ପର୍କୀୟ ଭାଇ ବାଇକ୍ ଧରି ବାହାରିଲେ ବରକୁ ପାଛୋଟି ଆଣିବାକୁ । ହେଲେ କନ୍ୟା ଭାଇ ବି ଜାମ୍ରେ ଫସିଗଲେ । କାରଣ ରାସ୍ତାର ଉଭୟ ପାଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା ।
କନ୍ୟା ଭାଇ ବାଇକ୍କୁ କିଛି ଦୂରରେ ରଖି ଚାଲି ଚାଲି ଗଲେ ବର ପାଖକୁ । ପରେ ବରକୁ କିଛି ବାଟ ଚଲାଇ ଆଣିବା ପରେ ବାଇକ୍ରେ ବସାଇ ମଣ୍ଡପକୁ ଅଣାଯାଇଥିଲା । ଶେଷରେ ଆନୁଷ୍ଠାନିକ ଭାବେ ବିବାହ ଆୟୋଜିତ ହୋଇଥିଲା । ବିବାହ ସରିବା ପରେ ବରଯାତ୍ରୀ ଆସି ପହଞ୍ôଚଥିଲେ ।
Comments are closed.