Latest Odisha News

BREAKING NEWS

ବାଲେଶ୍ୱରରେ ଚର୍ଚ୍ଚା; ବିବାହ ନକରି ମଣ୍ଡପରୁ ଫେରିଲା ବର

ବାଲେଶ୍ୱର: ଶୁକ୍ରବାର ଦିନ ବାଲେଶ୍ୱର ଜିଲ୍ଲାର ସାରଙ୍ଗପୁର ଗାଁରେ ହେବାକୁ ଥିବା ଏକ ନାବାଳିକା ର ବିବାହକୁ ସ୍ଥଗିତ କରାଯାଇଛି । ଚାଇଲ୍ଡ ଲାଇନ ଅଧିକାରୀ ଓ ପୋଲିସର ହସ୍ତକ୍ଷେପ ଦ୍ୱାରା ନାବାଳିକାର ବିବାହକୁ ବନ୍ଦ କରିଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଜଣେ ୧୭ ବର୍ଷର ନାବାଳିକାକୁ ଖଇରା ପୋଲିସ ସୀମା ତୁଡିଗଡିଆ ଗ୍ରାମର ଶରତ କୁମାର ମହାରଣା(୩୫) ନାମକ ଜଣେ ବ୍ୟକ୍ତିଙ୍କ ସହ ବିବାହ କରିବାକୁ ବାଧ୍ୟ କରାଯାଉଥିଲା । ବିବାହର ଖବର ପାଇବା ମାତ୍ରେ ବାଲେଶ୍ୱର ଚାଇଲ୍ଡ ଲାଇନ ଅଧିକାରୀ ଘଟଣାସ୍ଥଳରେ ପହଂଚିଥିଲେ । କିନ୍ତୁ ଗ୍ରାମବାସୀ ଚାଇଲ୍ଡ ଲାଇନର ଅଧିକାରୀଙ୍କୁ ବିରୋଧ କରିବା ସହ ତାଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ।

ଚାଇଲ୍ଡ ଲାଇନ ଅଧିକାରୀ ଖନ୍ତାପଡା ପୋଲିସର ସହାୟତାରେ ନାବାଳିକାର ବିବାହକୁ ରୋକିଥିଲେ । ୩୫ ବର୍ଷୀୟ ବର, ବରଯାତ୍ରୀକୁ ନେଇ ଘରକୁ ଫେରିଯାଇଥିଲା ।

Leave A Reply

Your email address will not be published.