Latest Odisha News

ବାହାବେଦୀରେ ବର କରୁଛି ଓ୍ୱାର୍କ ଫ୍ରମ୍ ହୋମ୍, ହସି ହସି କନିଆଁ ବେଦମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନା ଯୋଗୁ ଓ୍ୱାର୍କ ଫ୍ରମ୍ ହୋମ୍ ଚାଲିଛି । ଅର୍ଥାତ ଘରୁ କାମ କରିବେ । ଏହି ଓ୍ୱାର୍କ ଫ୍ରମ୍ ହୋମର ସାଇଡ୍ ଇଫେକ୍ଟ ଜାଣିଲେ ଆପଣ ଚକିତ ହେବେ । ବାହାବେଦୀରେ ବରବେଶରେ ବସି ଓ୍ୱାର୍କ ଫ୍ରମ୍ ହୋମ୍ କରିଛନ୍ତି ଜଣେ ବର । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହୋଇଛି । ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଜଣେ ବର ମଣ୍ଡପରେ ଲାପଟପ୍ ସହ ବ୍ୟସ୍ତ ଅଛନ୍ତି ।

ଲାପଟପରେ କଣ କଣ ସବୁ କାମ କରି ଚାଲିଛନ୍ତି । ଏପଟେ ବାହାଘର ପାଇଁ ସବୁ ଯୋଗାଡ଼ ସରିଛି । ବାହାଘର ରୀତିନୀତି ଚାଲିଥିବା ବେଳେ ବର କିନ୍ତୁ ଲାପଟପ୍ ସହ ବ୍ୟସ୍ତ । ଏକଥା କିଛି ଦୂରରୁ କନିଆଁ ଦେଖି ହସି ହସି ବେଦମ୍ ହୋଇଛନ୍ତି । ବାହାଘରକୁ ଆସିଥିବା ଅତିଥି ବି ବରକୁ ବୁଲି ବୁଲି ଦେଖୁଥିଲେ । ଗୋଟିଏ ମରାଠୀ ବିବାହ ଉତ୍ସବର ଏହି ଘଟଣା ।

ଚଳିତମାସରେ ଏହି ଭିଡିଓକୁ କେହି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲା । ଯାହାକୁ ଫଟୋଗ୍ରାଫର ଜୟ ରାଜ ବିଜୟସିଂହ ସେୟାର କରିଛନ୍ତି । ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିବା ସହ ମଜାଦାର କମେଣ୍ଟ ବି କରିଛନ୍ତି । ଜଣେ ଲେଖିଛନ୍ତି, ବସ୍ ଛୁଟି ନଦେଲେ ପରିଣାମ ଏହା ହିଁ ହେବ ।

Comments are closed.