ଜୟପୁର: ବାହାଘର ପୂର୍ବରୁ ବର ନିଖୋଜ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଅଭିଯୋଗ ଆସିଛି ରାଜସ୍ଥାନରୁ । ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଯୁବକ ଜଣଙ୍କ ବାହାଘର ପାଇଁ ଫେରୁଥିଲେ । ଫେବ୍ରୁଆରୀ ୧୬ ତାରିଖରେ ମୁମ୍ବାଇ ବିମାନବନ୍ଦରରେ ବି ପହଞ୍ଚିଲେ । ହେଲେ ସେବେଠୁ ତାଙ୍କର ଆଉ କୌଣସି ଖୋଜ ଖବର ନାହିଁ ।
ଆଜି ଯୁବକ ଜଣଙ୍କ ବାହା ହୋଇଥାନ୍ତେ । ଯେଉଁଥି ପାଇଁ ପରିବାର ଲୋକ ସମସ୍ତ ପ୍ରସ୍ତୁତି ବି ସାରିଥିଲେ । ନିଖୋଜ ନେଇ ପରିବାର ଲୋକ ଗ୍ରେଟର ମୁମ୍ବାଇ ଥାନାରେ ଏତଲା ଦେଇଛନ୍ତି । ରାଜସ୍ଥାନ ବାଡ଼ମେରର ଯୁବକ ରେୱନ୍ତରାମ ଆଫ୍ରିକାରେ କାମ କରନ୍ତି । ଆଜି ଅର୍ଥାତ୍ ଫେବ୍ରୁଆରୀ ୨୨ ତାରିଖରେ ବାହାଘର ହୋଇଥାନ୍ତା ।
ବାହାଘର ପାଇଁ ୧୬ ତାରିଖରେ ରେୱନ୍ତରାମ ଇଥୋପିୟନ ଏୟାରଲାଇନ୍ସରେ ଆଫ୍ରିକାରୁ ଆସି ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ । କିନ୍ତୁ ସେଠାରୁ ସେ ନିଖୋଜ ହୋଇ ଯାଇଛନ୍ତି । ଫୋନ୍ ମଧ୍ୟ ଲାଗୁ ନାହିଁ । ବିଗତ ୨ ବର୍ଷ ହେଲା ରେୱନ୍ତରାମ ଆଫ୍ରିକାରେ କାମ କରୁଥିଲେ ।
ପୁଅର ବିବାହ ପାଇଁ ବାପମାଆ ମାସେ ହେଲା ପ୍ରସ୍ତୁତିରେ ଲାଗି ପଡ଼ିଥିଲେ । ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲା । ଆଜି ବର ବେଶ ହୋଇ ଯାଇଥାନ୍ତେ ରେୱନ୍ତରାମ । କିନ୍ତୁ ମୁମ୍ବାଇ ବିମାନବନ୍ଦରରୁ ରେୱନ୍ତ ନିଖୋଜ ହୋଇଯିବା ଉଭୟ ପରିବାରକୁ ଚିନ୍ତାରେ ପକାଇଛି ।
Comments are closed.