Latest Odisha News

ଆଠଗଡ ତିଗିରିଆରେ ଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ବୋମାମାଡ: ୩ ଗୁରୁତର

ଆଠଗଡ: କଟକ ଆଠଗଡ ତିଗିରିଆରେ ଅଭାବନୀୟ ଘଟଣା ଘଟିଛି  । ଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଛି  । ଫଳରେ ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ତିଗିରିଆ ମେଡିକାଲରେ ଭର୍ତ୍ତି କରାଯାଇଛି ।  ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  ।

ଗୁରୁତର ମାନେ ଶ୍ରୀନିବାସ ସାମଲ, ନିଳିମା ରାଉତ ଓ ସାଗର ଗୋଚ୍ଛି ବୋଲି ଜଣାପଡିଛି  । ଘଟଣା ଘଟିବା ପରେ ବିଷ୍ଣୁ ପୁର ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗାଁରେ ବ୍ୟାପକ ପୋଲିସ ମୂତୟନ ହୋଇଛନ୍ତି । ଏ ନେଇ ଥାନାରେ ଏତଲା ମଧ୍ୟ ଦିଆଯାଇଛି  । ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.