Latest Odisha News

BREAKING NEWS

ଗଞ୍ଜାମ ଖଲ୍ଲିକୋଟରେ ଅଘଟଣ: କାର୍ ଓ ବାଇକକୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର ,୨ ମୃତ

ଗଞ୍ଜାମ: ଗଞ୍ଜାମ ଖଲ୍ଲିକୋଟ ବଡଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । କାର୍ ଓ ବାଇକକୁ ଧକ୍କା ଦେଇ ଘାଟିକୁ ଓଲଟି ପଡିଲା ତେଲ ବୋଝେଇ ଟ୍ୟାଙ୍କର । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏଥିରେ ୬ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିବାବେଳେ ୩ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି  । ମୃତକ ଦୁଇ ଜଣ ବିକ୍ରମପୁର ଗାଁର ବିଷ୍ଣୁପ୍ରିୟା ସୁବୁଦ୍ଧି ଓ ନରସିଂହ ରାଡ ବୋଲି ଜଣାପଡିଛି  । ବ୍ରେକ ଫେଲ ହେବାରୁ କାଜୁ ବୋଝେଇ ଟ୍ରକଟି ପ୍ରଥମେ ଏକ ବାଇକକୁ ଏବଂ ପରେ ଏକ କାରକୁ ଧକ୍କା ଦେଇଥିଲା । ଏହାପରେ ଟ୍ରକଟି ଭାରସାମ୍ୟ ହରାଇ ଘାଟିକୁ ଓଲଟି ପଡିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.