Latest Odisha News

BREAKING NEWS

ଦୋଳ ପୂର୍ଣ୍ଣିମାକୁ କେନ୍ଦ୍ରକରି ଆଜି ହୋଲିରେ ବି ଗଣ୍ଡଗୋଳ

କଟକ: ଦୋଳ ପୂର୍ଣ୍ଣିମାକୁ କେନ୍ଦ୍ରକରି ଆଜି ହୋଲିରେ ବି ଗଣ୍ଡଗୋଳ । ବାରଙ୍ଗ ଥାନା ନରାଜରେ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗାଁରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ । ଗତକାଲି ଠାରୁ ଦୁଇ ସାହି ମଧ୍ୟରେ ଲାଗି ରହିଛି ବିବାଦ ।

ସୂଚନା ଅନୁସାରେ, ଗତକାଲି ଦୋଳ ବିମାନ ଯିବାବେଳେ ଉତ୍ତମାପୁର-ସୁଭଦ୍ରାପୁର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଦୋଳ ବିମାନ ଯିବା ସମୟରେ ଢେଲା ପଥର ମାଡରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ଢେଲାପଥର ମାଡ଼ ସହ ମାରଣାସ୍ତ୍ରରେ ଆକ୍ରମଣ ଅଭିଯୋଗ ହୋଇଥିବାରୁ ଉଭୟ ପକ୍ଷରୁ ଏକାଧିକ ଲୋକ ଆହତ ହୋଇଥିଲେ। ତେବେ ସୀମା ବିବାଦକୁ ନେଇ ଏଭଳି ଉତ୍ତେଜନା ହୋଇଥିବା ଜଣାପଡିଛି। କଟକ ସଦର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଅନ୍ୟପଟେ ପରିସ୍ଥିତିକୁ ସମ୍ଭାଳିବାକୁ ସେଠାରେ ବ୍ୟାପକ ପୋଲିସ କର୍ମୀ ମୁତୟନ ହୋଇଥିବା ବେଳେ ଆଜି ହୋଲିରେ ବି ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି ।

Comments are closed.