Latest Odisha News

ମାଲକାନଗିରି ଜିଲ୍ଲାରେ ଗୋଷ୍ଠି ସଂଘର୍ଷ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗୋଷ୍ଠି ସଂଘର୍ଷ । ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମ୍ଭି ୯୩ ଗ୍ରାମରେ ବଙ୍ଗାଳି ଓ ଆଦିବାସୀଙ୍କ ମଧ୍ୟରେ ଗୋଷ୍ଠି ସଂଘର୍ଷ ।

ଦୀର୍ଘ ୪୦ ବର୍ଷ ଧରି ସରକାରୀ ଜମିରେ ବଙ୍ଗାଳି ଲୋକେ ଚାଷ କରି ଆସୁଥିବା ବେଳେ ଆଦିବାସୀମାନେ ଏବେ ଏହାକୁ ବିରୋଧ କରୁଛନ୍ତି । ତେବେ ନିଜ ଅଧୀନରେ ଥିବା ଜମିକୁ ଛାଡିବା ପାଇଁ ନାରାଜ ବଙ୍ଗାଳି ଲୋକେ ।

ଉଭୟ ଗୋଷ୍ଠିଙ୍କ ମଧ୍ୟରେ ମାରପିଟ ହେବା ପରେ ଘଟଣା ସ୍ଥଳରେ ପହଞ୍ଚିଛି ମାଲକାନଗିରି ପୋଲିସ । ଉଭୟଙ୍କୁ ବୁଝା ସୁଝା କରୁଛି ପୋଲିସ ତେବେ ଉଭୟ ଗୋଷ୍ଠି ନିଜ ନିଜ ଜିଦରେ ଅଟଳ ରହିଥିବା ବେଳେ ଗଣ୍ଡଗୋଳ ଥମିବାର ନା ଧରୁ ନାହିଁ । ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଘଟଣା ସ୍ଥଳରେ ପହଁଚି ଲୋକଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି ।

Comments are closed.