Latest Odisha News

ଗାଡ଼ି ସାଇଡ୍ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଥାନାରେ ଏତଲା

ଭୁବନେଶ୍ୱର: ଗାଡ଼ି ସାଇଡ୍‌ମରା ନେଇ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ। ଗଣ୍ଡଗୋଳରେ ଦୁଇ ଜଣ ଛାତ୍ର ଓ ଦୁଇ ଜଣ ଅଣଛାତ୍ର ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୧୦.୩୦ ସମୟରେ ଓୟୁଏଟି ଛକରେ ଘଟିଛି ଏଭଳି ଗଣ୍ଡଗୋଳ। ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ଟିମ୍ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା।

ଖଣ୍ଡଗିରି ଥାନା ପୋଲିସ ଆହତ ଛାତ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି। ସୂଚନା ମୁତାବକ, ଓୟୁଏଟି ପାଚେରୀ କଡରେ ଓୟୁଏଟି ଛାତ୍ର ଯାଉଥିବା ବେଳେ ଅଣଛାତ୍ରଙ୍କ ଗାଡ଼ିକୁ ସାଇଡ୍‌ ବାଜିଯାଇଥିଲା। ଯାହାକୁ କେନ୍ଦ୍ର କରି ଉଭୟ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅଣଛାତ୍ରମାନେ ଧମକ ଚମକ ଦେଇ ସେଠାଇ ଚାଲିଯାଇଥିଲେ। ହେଲେ ସେମାନେ ସେହି ରାସ୍ତା ଦୁଇ ଯାଉଥିବା ବେଳେ ଭେଟେନାରୀ ଛାତ୍ରଙ୍କ ହାବୁଡ଼ରେ ପଡିଯାଇଥିଲେ।

ଏହାପରେ ଦୁଇ ଅଣ ଛାତ୍ରଙ୍କୁ କଲେଜ ଭିତରକୁ ନେଇ ନିର୍ଘାତ ପିଟିଥିଲେ। ଯେଉଁଥିରେ ଦୁଇ ଜଣ ଛାତ୍ର ଏବଂ ଅଣ ଛାତ୍ରମାନେ ଆହତ ହୋଇଥିଲେ। ଯାହାପରେ ତୁରନ୍ତ ସ୍ଥାନୀୟ ଲୋକେ ଖଣ୍ଡଗିରି ପୋଲିସକୁ ଖବର ଦେଇଥିଲେ। ଖଣ୍ଡିଗିରି ପୋଲିସ ଓୟୁଏଟି ଭିତରକୁ ଯାଇ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତଖାନାରେ ଭର୍ତ୍ତି କରିଛି। ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଛି।

Comments are closed.