ବାଙ୍କୀ: ଗୋଷ୍ଠୀ ସଂଘର୍ଷରୁ ଜାଳିଦେଲେ ଘର । ତାଳବସ୍ତ ବନହରା ଆଦିବାସୀ ସାହିରେ ଗୋଷ୍ଠୀ ସଂଘର୍ଷ । ପରସ୍ପରକୁ ଟେକାପଥର ମାଡ଼ ପରେ ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଜଳିଗଲା ୪ ବଖରା ଘର । ସେପଟେ ଗୋଷ୍ଠୀ ସଂଘର୍ଷରେ ୧୨ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି ।
ସୂଚନା ଅନୁସାରେ, କାଜୁ ଜଙ୍ଗଲ ନିଲାମକୁ ନେଇ ସାହିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉପୁଜିଛି । ମାରପିଟ ହେବା ପରେ ପରେ ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀର ୪ ବଖରା ଘରେ ନିଆଁ ଲଗାଇ ଦେଇଛନ୍ତି । ଅଗ୍ନିକାଣ୍ଡରେ ୪ ବଖରା ଘର ପୋଡ଼ି ପାଉଁଶ ହୋଇଛି । ଏଥିସହ ଉଭୟ ପକ୍ଷରୁ ଟେକାପଥର ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ। ଉଭୟ ପକ୍ଷରୁ ୧୨ରୁ ଉର୍ଦ୍ଧ ଆହତ ଡମପଡା ମେଡିକାଲରେ ଭର୍ତ୍ତି। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି । ସମସ୍ତ ଆହତଙ୍କୁ ଡମପଡା ମେଡିକାଲରେ ଭର୍ତ୍ତି କରାଯାଇଛି।
Comments are closed.