Latest Odisha News

BREAKING NEWS

ପୂର୍ବ ଶତ୍ରୁତାରୁ ରାଜଧାନୀରେ ହଣାକଟା

ଭୁବନେଶ୍ୱର : ଗଙ୍ଗ ନଗର ଅଂଚଳରେ ଗୋଷ୍ଠୀ ସଂଘର୍ଷ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା ସହ ଗୁଳିମାଡ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ବଡ଼ ଧରଣର ଗୋଷ୍ଠୀ ସଂଘର୍ଷ ହୋଇଛି । ଦୁଇ ଯୁବ ଗୋଷ୍ଠୀ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ପରସ୍ପରକୁ ଆକ୍ରମଣ କରିଥିବା ବେଳେ ଗୁଳିମାଡ଼ ମଧ୍ୟ ହୋଇଥିବା ସୂଚନା ମିଳିଛି ।ଏହି ଘଟଣାରେ ଚାରି ଜଣ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆଗକୁ ଏହି ସଂଖ୍ୟାରେ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

Comments are closed.