Latest Odisha News

BREAKING NEWS

ସଂପ୍ରସାରଣ କ୍ଷେତ୍ରରେ ନାଲ୍‍କୋ ୩୦ ହଜାର କୋଟି ଟଙ୍କା ନିବେଶ କରିବ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‍କୋ ଆଗାମୀ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ସଂପ୍ରସାରଣ ଓ ବିବିଧାୟନ ଯୋଜନାରେ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି କହିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ।

BjdElectrycity

ଭୁବନେଶ୍ୱରଠାରେ ନାଲ୍‍କୋର ୪୧ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେବା ଅବସରରେ ଗୁରୁବାର ମନ୍ତ୍ରୀ ଶ୍ରୀ ଜୋଶୀ ଏନେଇ ପ୍ରକାଶ କରିଛନ୍ତି।

ପ୍ରସ୍ତାବିତ ପୁଞ୍ଜି ନିବେଶ ସଂକ୍ରାନ୍ତରେ ସେ କହିଛନ୍ତି ଯେ ଏହି ୩୦ ହଜାର କୋଟି ଟଙ୍କା ମଧ୍ୟରୁ ୭ ହଜାର କୋଟିରୁ ଅଧିକ
ଟଙ୍କା ପଞ୍ଚମ ଷ୍ଟ୍ରିମ ରିଫାଇନାରୀ, ପଟ୍ଟାଙ୍ଗୀ ବକ୍ସାଇଟ ଖଣିର ବିକାଶ, ସାଉଥ ବ୍ଳକ ଓ ଉତ୍କଳ ଡି ଏବଂ ଇ କୋଇଲା ଖଣିରୁ
କୋଇଲା ଉତ୍ତୋଳନ ତଥା ପରିବହନ କାର୍ଯ୍ୟ ଆଦି ପାଇଁ ଖର୍ଚ୍ଚ ହେବ।

ଅବଶିଷ୍ଟ ୨୨ ହଜାର କୋଟି ଟଙ୍କା ସ୍ମେଲଟର ପ୍ଲାଣ୍ଟ, କ୍ୟାପଟିଭ ପାୱାର ପ୍ଲାଣ୍ଟର ସଂପ୍ରସାରଣ କ୍ଷେତ୍ରରେ ଖର୍ଚ୍ଚ କରାଯିବ । ଏହି ସଂପ୍ରସାରଣ କାର‌୍ୟ୍ୟରେ ଅନୁଗୁଳ ସ୍ମେଲଟର ପ୍ଲାଣ୍ଟ ଅନ୍ତର୍ଭୁକ୍ତ।

ଏଥିରେ ୧୪୦୦ ମେଗାୱାଟ ଶକ୍ତି ସଂପନ୍ନ କ୍ୟାପ୍‍ଟିଭ ପାୱାର ପ୍ଲାଣ୍ଟ ନିର୍ମାଣ ସହିତ ଏହାର ଫିଡର ବ୍ୟବସ୍ଥା କରାଯିବ ।

ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର କେତେକ ଆଇନକୁ ସଂଶୋଧନ କରିବେ । ଏହା
ଫଳରେ ଖଣିଜ ପଦାର୍ଥର ଉତ୍ତୋଳନ ସୁଗମ ଓ ସୁନିଶ୍ଚିତ ହୋଇପାରିବ । ଆହୁରି ମଧ୍ୟ ଖଣିଗୁଡିକର ନିଲାମରେ ଉପର
ଠାଉରିଆ ନିଲାମଧାରୀମାନେ ଯେପରି ଅଂଶଗ୍ରହଣ କରି ନ ପାରନ୍ତି ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯିବ ଓ ସେମାନଙ୍କୁ
ଏଥିରୁ ବାଦ ଦିଆଯିବ ।

ସେ କହିଛନ୍ତି ଯେ ଓଡ଼ିଶାରେ ସ୍ୱତନ୍ତ୍ରଭାବେ ଲୁହାପଥର ଉତ୍ତୋଳନକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ ।

ଦୁଇଟି ଖଣିକୁ ଓଡ଼ିଶା ଖଣିଜ ନିଗମକୁ ଦେବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହାଛଡା ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଓଡ଼ିଶା ଖଣିଜ ଉତ୍ତୋଳନ ନିଗମକୁ ମଧ୍ୟ ଆଉ ଏକ ଖଣି ଦେବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ଓଡ଼ିଶା ଖଣିଜ ଉତ୍ତୋଳନ ନିଗମ ବା ଓଏମ୍‍ଇସିଏଲ୍‍ ଏବଂ ଖଣିଜ ଉତ୍ତୋଳନ ନିଗମ ଲିମିଟେଡ ବା ଏମ୍‍ଇସିଏଲ୍‍ ମଧ୍ୟରେ
ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ତଦନୁସାରେ ଓଏମ୍‍ଇସିଏଲ୍‍ ପାଇଁ ଏମ୍‍ଇସିଏଲ୍‍ ଖଣିଜ ଉତ୍ତୋଳନ କରିବ ।
ସେ କହିଛନ୍ତି ଯେ ଏମ୍‍ଏମ୍‍ଡିଆର ୨୦୧୫ ଆଇନରେ ସଂଶୋଧନ କରାଯାଇ ଖଣି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ଖଣିଗୁଡିକର ଆବଣ୍ଟନ ପାଇଁ ନୂଆ ନିଲାମ ବ୍ୟବସ୍ଥା କରାଯାଇଥିଲା ।

ଏହି ନୂଆ ନୀତି ଓ ବିଧିବ୍ୟବସ୍ଥା କାର୍ଯ୍ୟକାରୀ ହେବା ବେଳକୁ ଦେଶର ୪୬ଟି ଖଣିର ଲିଜ୍‍ ମିଆଦ ୨୦୨୦ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଯାଇଥିଲା । ସେଥିମଧ୍ୟରେ ସର୍ବାଧିକ ଖଣି ଓଡ଼ିଶାରେ ରହିଛି ।

ଯେଉଁଦିନଠାରୁ ନୂଆ ଲିଜ୍‍ଧାରୀ ଅନୁମତି ପାଇବେ ସେହିଦିନଠାରୁ ଦୁଇବର୍ଷ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ନୂଆ ମାଲିକ ଆବେଦନ କରି ନୂତନ କ୍ଲିୟରାନ୍ସ ଆଦେଶ ପାଇପାରିବେ। ଏହି ପ୍ରକ୍ରିୟା ଫଳରେ ନୂଆ ମାଲିକମାନେ ଝାମେଲାମୁକ୍ତ ଭାବେ ଖଣି କାର୍ଯ୍ୟ କରିବାକୁ ସଫଳ ହୋଇଛନ୍ତି।

ଶ୍ରୀ ଜୋଶୀ କହିଛନ୍ତି ଯେ ନାଲ୍‍କୋ ଓଡ଼ିଶା ସରକାରଙ୍କ ସହଯୋଗରେ ଅନୁଗୁଳଠାରେ ଏକ ବିଶ୍ୱସ୍ତରୀୟ ଆଲୁମିନିୟମ ପାର୍କ ପ୍ରତିଷ୍ଠା କରୁଛି। ଏହା ସ୍ମେଲଟର ପ୍ଲାଣ୍ଟଠାରୁ ଅଳ୍ପ ଦୂରରେ ଅବସ୍ଥିତ । ଅନୁସାରୀ ଶିଳ୍ପସଂସ୍ଥା ଓ ନିକଟବର୍ତ୍ତୀ ଛୋଟ ଛୋଟ
ଉଦ୍ୟୋଗକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପାର୍କ ପ୍ରତିଷ୍ଠା କରାଯାଇଛି । ଏହା ଫଳରେ ସେହି ଅଞ୍ଚଳରେ ନିଯୁକ୍ତି ସୁବିଧା
ବଢିବ ଏବଂ ସ୍ଥାନୀୟ ଉଦ୍ୟୋଗ ଲାଭବାନ ହୋଇପାରିବେ ।

ଜାତୀୟ ଆଲୁମିନିୟମ କଂପାନୀ ନାଲ୍‍କୋ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନରେ ଏକ ରାଷ୍ଟ୍ରାୟତ୍ତ ଉପକ୍ରମଭାବେ କାର୍ଯ୍ୟ
କରୁଛି । ଏହା ଭାରତ ସରକାରଙ୍କ ଏକ ନବରତ୍ନ ମାନ୍ୟତାପ୍ରାପ୍ତ କଂପାନୀ ।

Leave A Reply

Your email address will not be published.