Latest Odisha News

BREAKING NEWS

ନକଲି ସ୍କ୍ରାପ କମ୍ପାନୀ କରି ୧୦୬ କୋଟି ଟଙ୍କାର ଜାଲ୍ ବିଲ୍, ଧରାପଡ଼ିଲା ଅଭିଯୁକ୍ତ

କଟକ : ଜିଏସଟି ବିଭାଗ ହାତରେ ଜାଲ୍ ବିଲ୍ ରାକେଟ୍ । ନକଲି ସ୍କ୍ରାପ କମ୍ପାନୀ କରି ୧୦୬ କୋଟି ଟଙ୍କାର ଜାଲ୍ ବିଲ୍ ରାକେଟର ପର୍ଦ୍ଦାଫାଶ କରିଛି ଜିଏସଟି ବିଭାଗ । ଏଥିସହ ଫେକ୍ କମ୍ପାନୀ କରିଥିବା ଅଭିଯୁକ୍ତ ସ୍ମୃତି ରଞ୍ଜନ ସାହୁ ଗିରଫ କରିଛି ସିଟି ଜିଏସଟି ବିଭାଗ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସିଟି ଜିଏସଟି କମିଶନର ସୁଶୀଲ ଲୋହାନି ।

BjdElectrycity

ଭୁବନେଶ୍ବରରେ ଏସ.ଆର ଏଣ୍ଟରପ୍ରାଇଜର୍ସ କମ୍ପାନୀ ନାମରେ ବଡ଼ ଧରଣର ଠକେଇ କରାଯାଇଛି । କେବଳ କାଗଜପତ୍ରରେ ଚାଲିଥିଲା ଏହି କମ୍ପାନୀ । ନକଲି ଫାର୍ମ ଗୁଡିକ ଥିଲା ଅନଗୁଳ, ଯାଜପୁର, ରାଉରକେଲା, ଜଗତସିଂହପୁର, ପାରାଦୀପ ଓ ଭୁବନେଶ୍ବରରେ ଥିଲା ନକଲି ଫାର୍ମ । ଗୁରୁତ୍ବପୂର୍ଣ୍ଣ କଥା ଯେ, ବେକାର ଯୁବକ, ଗୃହିଣୀ, କୃଷକ, ଦିନ ମଜୁରିଆ ଓ ବରିଷ୍ଠ ନାଗରିକଙ୍କ ନାଁରେ ଏହି ସବୁ ଫାର୍ମ ହୋଇଥିଲା । ଗତ ଦେଢ଼ ବର୍ଷରେ ୧୮ ଜଣ ଜିଏସଟି ଠକଙ୍କୁ ଗିରଫ କରିଛି ଜିଏସଟି ବିଭାଗ । ଏହାସହ ଗତ ଦୁଇଟି ଆର୍ଥିକ ବର୍ଷରେ ୧୯ ହଜାର ୫୩୯ ଜଣ ବ୍ୟବସାୟୀଙ୍କ ପଞ୍ଜିକରଣ ରଦ୍ଦ କରାଯାଇଛି ।

Leave A Reply

Your email address will not be published.