Latest Odisha News

BREAKING NEWS

ସୁନା ଦୋକାନରେ GST ରେଡ୍, ୧୨ଟି ସହରରେ ଚଢାଉ

ଭୁବନେଶ୍ବର: ସୁନା ଦୋକାନରେ GST ରେଡ୍, ୧୨ଟି ସହରରେ ଚାଲିଛି ଚଢାଉ । ସୁନା ଅଳଙ୍କାର ଦୋକାନଗୁଡିକରେ ସିଟି ଜିଏସଟି ବିଭାଗ ପକ୍ଷରୁ ବଡ ଧରଣର ଚଢାଉ ହୋଇଛି । ୧୨ଟି ସହରର ୧୭ଟି ଜୁଏଲାରୀ ଦୋକାନରେ ଏହି ଚଢ଼ାଉ ଜାରି ରହିଛି । ସୁନାର ଓଜନ, ମାନ ପରୀକ୍ଷା କରାଯାଉଛି ।

ଜିଏସଟି ଠକେଇ ହୋଇଛି କି ନାହିଁ ଦେଖୁଛି ବିଭାଗ । ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ବରଗଡ଼, ବାରିପଦା ଭଳି ବିଭିନ୍ନ ସ୍ଥାନରେ ଏକ କାଳୀନ ଚଢ଼ାଉ ଚାଲିଛି ।

ଚଢ଼ଉ ବେଳେ ସୁନାର ଓଜନ, ମାନ ଓ ଜିଏସସି ଠକେଇ ହୋଇଛି କି ନାହିଁ, ତାହାର ଯାଞ୍ଚ କରାଯାଉଛି । ଜିନିଷ ଦେବାରେ ଠକେଇ, ନିଜ ପାଖରେ ଥିବା ଷ୍ଟକର ଭୁଲ୍ ତଥ୍ୟ ଦେଖାଇବା, ମିଥ୍ୟା ତଥ୍ୟ ଦେଇ ଟ୍ୟାକ୍ସ ଲୁଚାଇବା, ଟ୍ୟାକ୍ସ ଫାଙ୍କି ଜିନିଷ ଗୁଡ଼ିକୁ ବେଆଇନ ଭାବେ ଅନ୍ୟସ୍ଥାନକୁ ଚାଲାଣ କରିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି ।

ନକଲି ସୁନା, ମାପ ଓ ଓଜନରେ ଠକେଇ କରାଯାଉଥିବା ଜିଏସଟି ହାତରେ ଖବର ଲାଗିଛି । କେବଳ ଏତିକି ନୁହେଁ ପୂଜା ବଜାର ପାଇଁ ବଡ଼ ବଡ଼ ସୁନା ଦୋକାନ ଗୁଡ଼ିକରେ ଷ୍ଟକ୍ ମଧ୍ୟ ଅଧିକ ରଖାଯାଉଛି । ଏହି କ୍ରମରେ ଜିଏସଟିର ସାତ ଜଣିଆ ଟିମ୍ ଭୁବନେଶ୍ୱର ସହିଦ ନଗର, ମଞ୍ଚେଶ୍ୱର, ଲକ୍ଷ୍ମୀସାଗରର ବିଭିନ୍ନ ସୁନା ଦୋକାନରେ ଚଢ଼ଉ କରିଛି ।

Leave A Reply

Your email address will not be published.