Latest Odisha News

BREAKING NEWS

BMC କଟକଣା : ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ଜଣଙ୍କୁ ଅନୁମତି

ଭୁବନେଶ୍ବର: BMC ଜାରି କଲା କଟକଣା ।  ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ସାମିଲ ହେବେ ୫୦ଜଣ ।  ଅତିଥିଙ୍କର ହେବ ଥର୍ମାଲ ସ୍କ୍ରିନିଂ ।  ବିଏମସି ପକ୍ଷରୁ ଜାରି ହେଲା ସ୍ବତନ୍ତ୍ର ଗାଇଡଲାଇନ୍ । ବାହାଘର, ବ୍ରତଘର ଏବଂ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି । ଏସବୁ ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ବାଧ୍ୟତାମୂଳକ କରାଯାଇଛି ।

BjdElectrycity

ଭୋଜିଭାତ ବେଳେ କଟକଣାକୁ ବାଧ୍ୟତାମୂଳକ କରାଯାଇଛି । କଟକଣା ଉଲଂଘନ କଲେ ଜରିମନା କରିବ ବିଏମସି । କେବଳ ଖାଇବା ସମୟ ଛଡ଼ା ସମସ୍ତ ଲୋକ ସର୍ବଦା ମାସ୍କ ପିନ୍ଧିବେ। ଗାଇଡଲାଇନ ଉଲ୍ଲଂଘନ ହେଲେ ଆୟୋଜକ ଓ ହଲ୍ ମାଲିକ ଦାୟୀ ରହିବେ ବୋଲି କଡା ନିର୍ଦ୍ଦେଶ ବିଏମ୍‌ସି ଜାରି କରିଛି ।

କରୋନା ପାଇଁ ଅକ୍ଟୋବର ଗାଇଡଲାଇନ ରାଜ୍ୟ ସରକାର ଜାରି କରିଛନ୍ତି । ଏଥିରେ ଟ୍ୱିନ୍‌ ସିଟିରେ ଲାଗୁ ହେବ ନାଇଟ କର୍ଫ୍ୟୁ। ପାର୍ବଣ ଋତୁ ପାଇଁ ସ୍ପେଶାଲ ରିଲିଫ୍ କମିଶନର ସତର୍କ କରାଇବା ସହ କେବଳ କଟକ, ଭୁବନେଶ୍ୱର ପାଇଁ ନାଇଟ କର୍ଫ୍ୟୁ ଅଧିକ କଡ଼ାକଡ଼ି ହେବ।

Leave A Reply

Your email address will not be published.