Latest Odisha News

BREAKING NEWS

୨୦୨୩ ଏପ୍ରିଲରେ ଜିଏସ୍‌ଟି ଆଦାୟ ସର୍ବାଧିକ ୧. ୮୭ ଲକ୍ଷ କୋଟି ଟଙ୍କା

ଭୁବନେଶ୍ୱର: ୨୦୨୩ ଏପ୍ରିଲ ମାସରେ ଦେଶରେ ମୋଟ ୧, ୮୭,୦୩୫ କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଛି । ସେଥିରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣ ୩୮, ୪୪୦ କୋଟି, ରାଜ୍ୟ ଜିଏସ୍‌ଟିର ଅଂଶ ୪୭, ୪୧୨ କୋଟି ଓ ସମନ୍ୱିତ ଜିଏସ୍‌ଟିର ପରିମାଣ ୮୯, ୧୮୫ କୋଟି ଟଙ୍କା । ଏଥିରେ ସାମଗ୍ରୀ ଆମଦାନୀ ଜନିତ ୩୪, ୯୭୨କୋଟି ଟଙ୍କାର ଟିକସ ଓ ୧୨, ୦୨୫କୋଟି ଟଙ୍କାର ସେସ୍ ଅନ୍ତର୍ଭୁକ୍ତ।

ଏହି ସମୟରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଜିଏସ୍‌ଟି ବାବଦରେ ୪୫, ୮୬୪, ରାଜ୍ୟ ଜିଏସ୍‌ଟି ଓ ସିଜିଏସଟି ବାବଦ ୩୭, ୯୫୯ କୋଟି ଟଙ୍କାର ଦେୟ ବଣ୍ଟନ କରିଛନ୍ତି । ୨୦୨୩ ଏପ୍ରିଲରେ ନିୟମିତ ଟିକସ ବାବଦ ଅର୍ଥ ପରିଶୋଧ ପରେ କେନ୍ଦ୍ର ଓ ରାଜ୍ୟମାନଙ୍କର ମୋଟ ରାଜସ୍ୱ ପରିମାଣ ୮୪, ୩୦୪ କୋଟି କେନ୍ଦ୍ରୀୟ ଓ ୮୫, ୩୭୧କୋଟି ରାଜ୍ୟ ଜିଏସ୍‌ଟି ।

ଏପ୍ରିଲ ୨୦୨୩ରେ ଆଦାୟ ହୋଇଥିବା ଜିଏସ୍‌ଟି ରାଜସ୍ୱ ଗତବର୍ଷର ସମାନ ମାସଠାରୁ ୧୨% ଅଧିକ । ଏହି ମାସରେ ଘରୋଇ କାରବାର (ସେବା ଆମଦାନୀ ସହିତ ) ଗତବର୍ଷଠାରୁ ୧୬% ଅଧିକ ଥିଲା ।

ପ୍ରଥମ ଥର ପାଇଁ ମୋଟ ଜିଏସ୍‌ଟି ସଂଗ୍ରହ ୧. ୭୫ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି । ମୋଟ ଇ-ୱେ ବିଲ ସଂଖ୍ୟା ୨୦୨୩ ମାର୍ଚ୍ଚ ମାସରେ ଥିଲା ୯କୋଟି । ଏହା ୨୦୨୩ ଫେବୃୟାରୀ ମାସ ଠାରୁ ୧୧% ଅଧିକ ।

୨୦୨୩ ଏପ୍ରିଲ ମାସରେ ଗୋଟିଏ ଦିନରେ ଅର୍ଥାତ ଏପ୍ରିଲ ୨୦ତାରିଖରେ ସର୍ବାଧିକ ୬୮, ୨୨୮କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି । ମୋଟ ୯.୮ ଲକ୍ଷ ଟ୍ରାନ୍‌ଜାକସନ ଜରିଆରେ ଟିକଟଦାତା ଏହି ଟିକସ ପୈଠ କରିଛନ୍ତି । ବର୍ଷକୁ ବର୍ଷ ଭିତ୍ତିରେ ଗତବର୍ଷ ତୁଳନାରେ ଏହି ସଂଗ୍ରହ ଗୋଟିଏ ଦିନରେ ସର୍ବାଧିକ । ୨୦୨୩ ଏପ୍ରିଲ ୨୦ରେ ୯.୮ ଟ୍ରାଞ୍ଜାକସନ ଜରିଆରେ ମୋଟ ୬୮,୨୨୮ କୋଟି ଟଙ୍କାର ଜିଏସ୍‌ଟି  ସଂଗୃହୀତ ହୋଇଥିବାବେଳେ ଗତବର୍ଷ ସମାନ ତାରିଖରେ ୯.୬ଲକ୍ଷ ଟ୍ରାଞ୍ଜାକସନ ମାଧ୍ୟମରେ ସଂଗୃହୀତ ହୋଇଥିଲା ୫୭, ୮୪୬ ଟଙ୍କାର ଜିଏସ୍‌ଟି ।

ତଳେ ଦିଆଯାଇଥିବା ଚାର୍ଟରେ ଚଳିତ ବର୍ଷର ଜିଏସ୍‌ଟି ସଂଗ୍ରହର ଧାରା ମାସୱାରୀ ଦର୍ଶାଯାଇଛି । ଟେବୁଲରେ ମଧ୍ୟ ୨୦୨୩ ଏପ୍ରିଲରେ ରାଜ୍ୟୱାରୀ  ଜିଏସ୍‌ଟି ସଂଗ୍ରହର ପରିମାଣ ଏବଂ ୨୦୨୨ରେ ଆଦାୟ ହୋଇଥିବା ଜିଏସ୍‌ଟି ପରିମାଣ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.