Latest Odisha News

BREAKING NEWS

ସକାଳେ ଇସ୍ତଫା, ସଞ୍ଜକୁ ନିଷ୍ପତ୍ତିରୁ ଓହରିଲେ ଝାରସୁଗୁଡା କଂଗ୍ରେସ ସଭାପତି

ଝାରସୁଗୁଡା: ସକାଳେ ଇସ୍ତଫା ଦେଇଥିଲେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ପଦରୁ କିନ୍ତୁ ସଞ୍ଜକୁ ନିଜ ନିଷ୍ପତ୍ତିରୁ ଓହରିଛନ୍ତି ଅଶୋକ ମିଶ୍ର। ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପ୍ରଚାର ଜମିଥିବା ବେଳେ ଆଜି ସକାଳେ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ଦଳକୁ ଗୋଟିଏ ବଡ ଝଟକା ବୋଲି ସାବ୍ୟସ୍ତ ହୋଇଥିଲା। କିନ୍ତୁ ଦଳର ପ୍ରମୁଖ ନେତାଙ୍କ ହସ୍ତକ୍ଷେପର କିଛି ଘଣ୍ଟା ପରେ ଅଶୋକ ମିଶ୍ର ଝାରସୁଗୁଡ଼ାରେ ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି  ଯେ ସେ ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇଛନ୍ତି।

 ସେ କହିଛନ୍ତି, ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଥିଲି, କାରଣ ଉପନିର୍ବାଚନ ପାଇଁ ଦଳର ପ୍ରଚାର ଯୋଜନାକୁ ନେଇ କିଛି ସମସ୍ୟା ଥିଲା। କିନ୍ତୁ ପିସିସି ସଭାପତି ଆଲୋଚନା କରି ଘଟଣାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଇସ୍ତଫା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

Leave A Reply

Your email address will not be published.