Latest Odisha News

BREAKING NEWS

ସାଇଙ୍କ ବିସ୍ଫୋରକ ବ୍ୟାଟିଂ, ଚେନ୍ନାଇ ସମ୍ମୁଖରେ ୨୧୫ ରନର ଲକ୍ଷ୍ୟ

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଆଇପିଏଲ ଫାଇନାଲରେ ସାଇ ସୁଦର୍ଶନଙ୍କ ବିସ୍ଫୋରକ ବ୍ୟାଟିଂ ବଦଳରେ ଗୁଜରାଟ ଟାଇଟାନ୍ସ ୨୧୫ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଚେନ୍ନାଇ ସମ୍ମୁଖରେ ରଖିଛି । ଟସ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବା ପାଇଁ ଗୁଜରାଟକୁ ଆମନ୍ତ୍ରଣ କରିଥିଲେ । ପ୍ରଥମ ୱିକେଟରେ ଶୁଭମନ ଗିଲ ଓ ରିଦ୍ଧିମାନ ଶାହ ୬୭ ରନ ଯୋଗ କରିଥିଲେ । ଗିଲ ୩୯ ରନ କରିବା ଆଉଟ ହେବା ପରେ ଶାହ ଓ ସାଇ ଇନିଂସ ସମ୍ଭାଳିଥିଲେ । ଦଳର ସ୍କୋର ୧୩୧ ହୋଇଥିବା ବେଳେ ଶାହ ୫୪ ରନ ପ୍ୟାଭିଲିୟନ ଫେରି ଯାଇଥିଲେ ।

ମାତ୍ର ସାଇ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଥିଲେ । ସେ ୪୭ ବଲରେ ୮ ଚୌକା ଓ ୬ଛକା ସହାୟତାରେ ୯୬ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୨୧ ରନ କରି ଅପରାଜିତ ରହିଥିଲେ । ମାଥିସା ପାଥିରାନା ୨ଟି ଏବଂ ରବୀନ୍ଦ୍ର ଜାଡେଜା ଓ ଦୀପକ ଚହର ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଚେନ୍ନାଇ ୫ମ ଥର ଏବଂ ଗୁଜରାଟ କ୍ରମାଗତ ଦ୍ୱିତୀୟ ଥର ଟାଇଟଲ ହାସଲ ଲକ୍ଷ୍ୟରେ ରହିଛନ୍ତି ।

Leave A Reply

Your email address will not be published.