Latest Odisha News

BREAKING NEWS

ଆଉ ଏକ କୀର୍ତିମାନ ସ୍ଥାପନ କଲେ ଧୋନୀ

ଅହମ୍ମଦାବାଦ: କ୍ୟାପଟେନ କୁଲ ଭାବେ ପରିଚିତ ଚେନ୍ନାଇ ସୁପର କିଙ୍ଗସର ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଆଜି ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ସେ ପଡିଆକୁ ଓହ୍ଲାଇବା ମାତ୍ରେ ପ୍ରଥମ ଖେଳାଳି ଭାବେ ୨୫୦ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ଏହା ବ୍ୟତୀତ ୧୧ ଆଇପିଏଲ ଫାଇନାଲ ଖେଳିବା କୀର୍ତିମାନ ମଧ୍ୟ ସ୍ଥାପନ କରିଛନ୍ତି । ଧୋନୀ ଏ ପର୍ଯ୍ୟନ୍ତ ଆଇପିଏଲର ସମସ୍ତ ସିଜନରେ ଖେଳିଛନ୍ତି । ୧୪ ସିଜନ ଚେନ୍ନାଇ ପକ୍ଷରୁ ଓ ୨ଟି ସିଜନ ପୁଣେ ସୁପର ଜ୍ୟାଂଟସ ତରଫରୁ ଖେଳିଛନ୍ତି ।

ସେହିପରି ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୪ଥର ଟାଇଟଲ ହାସଲ କରିଛି । ଏହି ମ୍ୟାଚରେ ଦଳ ଚାମ୍ପିୟନ ହେଲେ ସର୍ବାଧିକ ଟାଇଟଲ ହାସଲରେ ମୁମ୍ବାଇ ଇଣ୍ଡିଆନ୍ସ ସହ ସମକକ୍ଷ ହୋଇଯିବେ । ଧୋନୀଙ୍କ ଏହା ଶେଷ ଆଇପିଏଲ ବୋଲି କୁହାଯାଉଥିଲେ ମଧ୍ୟ ସେ ସିଧାସଳଖ ଏ ନେଇ କୌଣସି ସୂଚନା ଦେଇ ନାହାନ୍ତି । ଚେପକରେ ସେ ଯେଉଁଭଳି ଭାବେ ପଡିଆରୁ ବିଦାୟ ନେଲେ ତାଙ୍କ ଅବସର ନେଇ ଆକଳନ କରାଯାଉଛି ।

Leave A Reply

Your email address will not be published.